ପୁଣି ବିଳି ବିଳେଇଲେ ଜାଗୃତି ଶୁକ୍ଳା

20

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ସୋସିଆଲ ମିଡିଆରେ ପୁଣି ବିଳି ବିଳେଇଛନ୍ତି I କାହାରି ନାଁ ନ ନେଇ ସାଂସଦ ଅନୁଭବ ମହାନ୍ତି ଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ତେରଛା ବାଣ ମାରିଛନ୍ତି I ଏହାକୁ ନେଇ ଜାଗୃତି ଶୁକ୍ଳI ଙ୍କ ବିରୋଧରେ ବର୍ଷା କଟକ ପୁରୀଘାଟ ଥାନାରେ ମାନହାନି ଏତଲା ମଧ୍ୟ ଦାୟର କରିଛନ୍ତି I ଏହାପରେ ବି ସୁଧୁରି ନାହାନ୍ତି ଜାଗୃତି ଶୁକ୍ଳା I ସୂଚନାନୁସାରେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ଙ୍କ ମଧ୍ୟରେ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଏହି ଦମ୍ପତିଙ୍କ ରିଲେସନସିପ ମଧ୍ୟକୁ ତୃତୀୟ ମହିଳା ଜାଗ୍ରତି ଶୁକ୍ଲାଙ୍କ ଏଣ୍ଟ୍ରି ପରେ ଏହି ମାମଲା ପୁଣି ଘନେଇଛି । ଜାଗୃତି ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ଅନୁସାରେ ସେ ଲେଖିଛନ୍ତି କି ଜଣେ ଅଭିନେତାଙ୍କ ଅସୁସ୍ଥ ବୃଦ୍ଧ ପିତା-ମାତା ଦେଢବର୍ଷ ହେଲା ଭଡା ଘରେ ରହୁଛନ୍ତି । ସାନ ଭାଇଙ୍କ ପତ୍ନୀ ଓ ଛୋଟପିଲା ବି ଭଡାଘରେ ଅଛନ୍ତି । ପୈତୃକ ଘରେ କେବଳ ଅଲଗା ହୋଇଥିବା ପତ୍ନୀ ରହୁଛନ୍ତି । ଯାହାଙ୍କ ସହିତ ସ୍ୱାମୀଙ୍କର ଆଉ ଭଲ ସମ୍ପର୍କ ନାହିଁ। କେହି କେବେ ଚିନ୍ତା କରିଛନ୍ତି କି, ସେହି ଯୌଥ ପରିବାରରେ ଆହୁରି ମଧ୍ୟ ବୋହୂମାନେ

ଅଛନ୍ତି? ସେମାନେ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଖୁସିରେ ରହୁଛନ୍ତି।କେହି ଭାବୁଛନ୍ତି କି ସେମାନେ ଖୁସିରେ ଅଛନ୍ତି କି ନାହିଁ । ଏ ପ୍ରସଙ୍ଗରେ କୌଣସି ମିଡିଆ ଏଯାଏଁ ପ୍ରଶ୍ନ ଉଠାଉନି କାହିଁକି ?? ଦୁଇଦିନ ତଳେ ଜାଗୃତି ଏକ ସୋସିଆଲ ମିଡ଼ିଆ ପୋଷ୍ଟ କରିଥିଲେ । ପରେ ବର୍ଷା ଉକ୍ତ ପୋଷ୍ଟକୁ ନେଇ ପ୍ରତିକ୍ରିୟା ଦେବା ସହ ପୁରୀଘାଟ ଥାନାରେ ଜାଗ୍ରତିଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ତେବେ ବର୍ତ୍ତମାନ ପୋଷ୍ଟ କୁ ନେଇ ବର୍ଷଙ୍କର ପ୍ରତିକ୍ରିୟା ମିଳି ପରି ନ ଥିଲେ ମଧ୍ୟ ଆଗାମୀ ଦିନରେ ଏହି ବିବାଦ ଆହୁରି ବଢିବାର ଅନୁମାନ କରାଯାଉଛି ।

Leave A Reply

Your email address will not be published.