ନିଶାବେପାରୀ ଙ୍କ ପେଣ୍ଠସ୍ଥଳ କୁହ ଯାଉଥିବା ଜଳେଶ୍ୱରରୁ ପୁଣି ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ I ଗତ କାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ କମର୍ଦ୍ଦା ଥାନା ଅଞ୍ଚଳରେ ଚଢଉ କରି ୨୬୦ ଗ୍ରାମର ଧଳା ଜହର ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ଧଳା ଜହର ଆନୁମାନିକ ବଜାରର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ।
ସୂଚନା ଅନୁସାରେ ଗତ କାଲି କମର୍ଦ୍ଦା ଅଞ୍ଚଳରେ ଧଳା ଜହର କାରବାର କରୁ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କମର୍ଦ୍ଦା ଥାନା ଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ଥିବା ୫୭ ନଂ ରାଜ୍ୟ ରାଜପଥ କଡ଼ରେ ଏକ ଦୋକାନ ମଧ୍ୟରେରେ କିଛି ଯୁବକକୁ ଧଳା ଜହର ବିକ୍ରି କରୁ ଥିବା ଭିଡିଓ ବୋଲି ଜଣା ପଡିଥିଲା ।ଏହାପରେ ଜଳେଶ୍ୱର ଏବଂ ଭୋଗରଇ ଅବକାରୀ ବିଭାଗ ଗତକାଲି ରାତିରେ ମିଳିତ ଚଢ଼ାଉ କରି ଘଟଣାସ୍ଥଳରୁ ଦେବେନ୍ଦ୍ର କୁମାର ବେହେରା(୫୫) ନାମକ ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଥିଲା କରିଥିଲେ । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ଏବଂ ଏନେଇ ଅଧିକ ତଦନ୍ତ ଚାଲିବ ବୋଲି ଜଣାଯାଇଛି।
Prev Post
Comments are closed, but trackbacks and pingbacks are open.