ବିବାହ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଅନନ୍ତ ଅମ୍ବାନୀ

19

ପୁରୀ : ଆଜି ଓଡ଼ିଶା ଆସି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜିନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ବିବାହ ପୂର୍ବରୁ ସେ ଜଗାକୁ ଦର୍ଶନ କରିବା ସହ ନିମନ୍ତ୍ରଣ କରିଥିବା ଜଣାଯାଇଛି I ସେହିଭଳି ଗତକାଲି ଗୁଆହାଟୀ ଯାଇ କାମାକ୍ଷା ଦର୍ଶନ କରିଥିବା ଜଣା ପଡିଛି I

ଆଜି ଅପରାହ୍ନରେ ଅନନ୍ତ ଭୁବନେଶ୍ୱର୍‌ ଏୟାର ପୋର୍ଟରେ ପହଞ୍ଚି ପୁରୀ ଅଭିମୁଖେ ବାହାରିଥିଲେ। ସେଠାରେ କଡ଼ା ସୁରକ୍ଷା ମଧ୍ୟରେ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ପୁଣି ମୁମ୍ବାଇ ଫେରିଯାଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୯ ରେ ମୁକେଶଙ୍କ ମୁମ୍ବାଇସ୍ଥିତ ଆଣ୍ଟିଲିଆ ବାସଭବନରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା । ଉଭୟ ପରିବାର ଖୁବ୍ ଧୁମଧାମରେ ଏହି ନିର୍ବନ୍ଧ ଉତ୍ସବ ପାଳନ କରିଛନ୍ତି I ଏଥିରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାରଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ତେଣୁ ବିବାହ ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ କରି ଆଶିର୍ବାଦ ନେବାକୁ ଅନନ୍ତ ଅମ୍ବାନୀ ଓଡିଶା ଆସିଥିବା କୁହାଯାଉଛି ।

Comments are closed, but trackbacks and pingbacks are open.