ଅଗ୍ନିବୀର ଙ୍କୁ ନିଯୁକ୍ତି ଦେବେ ପାଇଁ ଆନନ୍ଦ ମହିନ୍ଦ୍ରା

39

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଅବସର ପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ନିଯୁକ୍ତି ସୁଯୋଗ ମିଳିବ।ଘୋଷଣା ଅନୁଯାୟୀ ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ଏହି ନିଯୁକ୍ତିର ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି । ତାହାସହ ସେ ଆହୁରି ମଧ୍ୟ କହିଛନ୍ତି କମ୍ପାନୀରେ ନିଯୁକ୍ତି ପାଇଁ ଏହା ଏକ ଭଲ ସୁଯୋଗ ସୃଷ୍ଟି କରିବ । ଯେଉଁମାନେ ସେନାରେ ଶୃଙ୍ଖଳିତ ଥିବେ ସେମାନଙ୍କୁ ମହିନ୍ଦ୍ରା ଗ୍ରୁପ ସ୍ୱାଗତ କରିବ । କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଟ୍ଵିଟ୍ କରି ଏପରି ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା।
ଏଥିସହିତ ଆନନ୍ଦ ମହିନ୍ଦ୍ରା ସେନାରେ ନିଯୁକ୍ତିର ନୂଆ ଯୋଜନା ‘ଅଗ୍ନିପଥ କୁ ବିରୋଧ କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଯୋଜନା ଅଧୀନରେ ତାଲିମ ପ୍ରାପ୍ତ ଯୁବକମାନଙ୍କୁ ଚାକିରି ପ୍ରଦାନ କରିବାକୁ ଏକ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି। ସେ କହିଛନ୍ତି, ‘ଗତ ବର୍ଷ ଯେତେବେଳେ ଏହି ଯୋଜନାର ସୂଚନା ଆସିଲା, ଏହାକୁ ନେଇ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଥିଲା। ଏହା ଅଧୀନରେ ଶିଖିଥିବା ଅନୁଶାସନ ଏବଂ ଦକ୍ଷତା ସେମାନଙ୍କୁ ସର୍ବୋତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ମହିନ୍ଦ୍ରା ଗ୍ରୁପ୍ ଏଭଳି ତାଲିମପ୍ରାପ୍ତ, ଦକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ସ୍ୱାଗତ କରୁଛି।’ ଆନନ୍ଦ ‘ଅଗ୍ନିପଥ’କୁ ନେଇ ଆହୁରି କହିଛନ୍ତି କି ପୁର୍ବରୁ ଏହି ଯୋଜନାକୁ ନେଇ ଯେତେବେଳେ ଖବର ଆସିଥିଲା ସେତେବେଳେ କିଛି ଆଶା ଓ ସମ୍ଭାବନା ସୃ​‌ଷ୍ଟି ହୋଇଥିଲା । ହେଲେ ଏହାକୁ ବିରୋଧ କରାଯାଉଛି ଯାହାକି ଦୁଃଖର ବିଷୟ ବୋଲି ସେ କହିଛନ୍ତି ।

ଆନନ୍ଦଙ୍କ କହିବା ଅନୁଯାୟୀ ଏହି ଯୋଜନା କର୍ପୋରେଟ୍‌ କ୍ଷେତ୍ରରେ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ସୃ​‌ଷ୍ଟି କରିବାର ସମ୍ଭାବନା ରହିଛି । ମହିନ୍ଦ୍ରା ଏପରି ତାଲିମପ୍ରାପ୍ତ, ଦକ୍ଷ ଯୁବକ ମାନଙ୍କୁ ନିଯୁକ୍ତି ଦେବାକୁ ସ୍ୱାଗତ କରୁଛି । ସବୁଠାରୁଚ ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଥିବା ବେଳେ ଏହି ସମୟରେ ଆନନ୍ଦଙ୍କ ଏହି ଟ୍ୱିଟ୍‌ ସବୁଠି ଆଲୋଚନାର ଖୋରାକ୍‌ ଯୋଗାଇଛି ।

Comments are closed, but trackbacks and pingbacks are open.