ଆନନ୍ଦବଜାର ଓ ମନ୍ଦିର ବେଢା ଜଗିବେ ଅବସରପ୍ରାପ୍ତ ସେନା କର୍ମଚାରୀ

44

ଭୁବନେଶ୍ବର :ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦବଜାର ଓ ମନ୍ଦିର ବେଢାରେ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ୨ଟି ସିଫ୍ଟରେ ଜଗିବେ ସମସ୍ତ ନିୟୋଜିତ ସେନା କର୍ମଚାରୀ । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସୁଆର ଓ ମହାସୁଆର ସେବାୟତ ଅବଢା ବିକ୍ରି କରିପାରିବେ । ତାବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଅବଢା ବିକ୍ରି କଲେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଏହାସହିତ ଭକ୍ତଙ୍କୁ କିପରି ସୁଲଭ ଦରରେ ଅବଢା ମିଳିପାରିବ । ସେଥିପ୍ରତି ନିୟୋଜିତ ହୋଇଥିବା ସେନା କର୍ମଚାରୀମାନେ ମଧ୍ୟ ଧ୍ୟାନ ଦେବେ । ସେହିପରି ଶ୍ରୀମନ୍ଦିର ଭିତରେ ପଲିଥିନ୍‌ ବ୍ୟବହାର ଉପରେ ନଜର ରଖିବେ ।

Comments are closed, but trackbacks and pingbacks are open.