ରେଳ ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ

21

ଭୁବନେଶ୍ୱର ରେଳ ଷ୍ଟେସନ ରୁ ଏରୋ ସ୍ପେସ ଇଂଜିନିୟରିଂ ଛାତ୍ରୀ ନିଖୋଜ I ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଝିଅ ସ୍ବିଟି ରୟ ଭୁବନେଶ୍ୱର କୋଳଥିଆ ଛକ ସ୍ଥିତ ଉତ୍କଳ ଏରୋ ସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜ୍‌ର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ । ତାଙ୍କ ବୟସ ୨୦ ବର୍ଷ I ସେ ଗତ କାଲି ଜନଶତାବ୍ଦୀ ଟ୍ରେନରେ ହାୱଡ଼ାରୁ ଭୁବନେଶ୍ବର ଆସିବା ପରେ ରାତି ୮.୨୫ ସମୟରେ,ଭୁବନେଶ୍ୱର ୬ ନମ୍ବର ରେଳ ଷ୍ଟେସନ ରୁ ଓହ୍ଲାଇ ନିଜ ମା’ଙ୍କୁ ଫୋନ କରିଥିଲେ I ଏହା ପରଠାରୁ ସେ ନିଖୋଜ ହୋଇ ଯାଇଛନ୍ତି I ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ମିଳି ନ ଥିବା ବେଳେ ତାଙ୍କର ଫୋନ ସୁଇଚ ଅଫ ଆସୁଛି I ସ୍ୱିଟିଙ୍କ ନିଖୋଜ ଥିବା ନେଇ ତାଙ୍କ ବାପାଙ୍କ ବନ୍ଧୁ ସୁରେଶ ପଣ୍ଡା ଭୁବନେଶ୍ୱର ରେଲୱେ ଥାନାରେ ଅଭିଯୋଗ କରିଛନ୍ତି।

ସ୍ବିଟି ରୟ ଙ୍କ ବାପା ତ୍ରିପୁରାରେ ସେନାବାହିନୀରେ ଚାକିରୀ କରୁଛନ୍ତି I ଝିଅ ନିଖୋଜ ହେବା ପରେ ତାଙ୍କ ବାପା ଓ ମା’ ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱର ପହଁଚୁଥିବା ଜଣା ପଡିଛି ।ତେବେ ତାଙ୍କ ଝିଅ ଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ଆଉ କଣ କାରଣ ରହିଛି ଏ ସମ୍ପର୍କରେ ଅଧିକ ତଦନ୍ତ ପରେ ଜଣା ପଡିବ I

Comments are closed, but trackbacks and pingbacks are open.