ସଂଗଠିତ ହେଲା ଭୂମିକମ୍ପ

23

ଆଜି ସକାଳେ ମଣିପୁର ଏବଂ ଶୁକ୍ରବାର ରାତିରେ ଉତ୍ତର ପ୍ରଦେଶ ଓ ହରିୟାଣାରେ ଭୂମିକମ୍ପ ସଙ୍ଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍ ସେର୍ଣ୍ଟ ର୍ଫ ସିସ୍ମୋଲୋଜି’ ସୂଚନା ଦେଇଛି । ଆଜି ସକାଳ ୬.୧୪ରେ ମଣିପୁରର ଉଖ୍‌ରୁଲ୍‌ରେ ଭୂଗର୍ଭର ୧୦ କିଲୋମିର୍ଟ ଅଭ୍ୟନ୍ତରରେ ସଂଘଠିତ ହୋଇଥିବା ଭୂମିକମ୍ପର ତୀବ୍ରତା ୪.୦ ବୋଲି ରିର୍କ୍ଟସ୍କେଲ୍‌ରୁ ଜଣାପଡ଼ିଛି ।

କିନ୍ତୁ, ଏହି ଭୂମିକମ୍ପରେ କେହି ମୃତାହତ ହୋଇଥିବା କିଂବା କୌଣସି ଘରଦ୍ୱାରା ଭାଙ୍ଗିଥିବା ଅଥବା ଫାଟି ଯାଇଥିବାର ଖବର ହସ୍ତଗତ ହୋଇ ନାହିଁ । ସେହିପରି, ଶୁକ୍ରବାର ରାତିରେ ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶର କେତେକ ପ୍ରାନ୍ତରେ ୩.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା ।

ରାତି ୯.୩୧ରେ ଅନୁଭୂତ ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଶାମ୍‌ଲିରେ ବୋଲି ‘ନ୍ୟାସ୍‌ନାଲ୍ ସେର୍ଣ୍ଟ ର୍ଫ ସିସ୍ମୋଲୋଜି’ କହିଛି । ଭୂଗର୍ଭର ୫ କିଲୋମିର୍ଟ ଅଭ୍ୟନ୍ତରରେ ସୃଷ୍ଟି ହୋଇଥିବା ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ରିପୋର୍ଟ ମିଳିନାହିଁ ।

Comments are closed, but trackbacks and pingbacks are open.