ମହଙ୍ଗା ମାଡ଼ : ବୃଦ୍ଧି ହେଲା ଅମୁଲ କ୍ଷୀର ଦର…

100

ମଦର ଡାଏରି ପରେ ଏବେ ଅମୁଲ ମଧ୍ୟ କ୍ଷୀର ପ୍ୟାକେଟର ଦାମ ବୃଦ୍ଧି କରିଛି । ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବଢାଇ ବଢେଇ ଦିଆଯାଇଛି ତେବେ ଆଜିଠାରୁ ନୂଆ ଦର ଲାଗୁ କରାଯିବା ନେଇ ସୂଚନା ରହିଛି । ସେହିପରି ଅମୁଲର ଅଧା ଲିଟର କ୍ଷୀର ପ୍ୟାକେଟର ଦାମ ମଧ୍ୟ ୧ ଟଙ୍କା ବଢାଯାଇଛି । ଫୁଲ୍ କ୍ରିମ, ଟୋନଡ, ଡବଲ ଟୋଣ୍ତ, ଗାଇ ଦୁଗ୍ଧ ପରି ପାଉଚରେ ନୂଆ ଦର ଲାଗୁ ହେବ । ମଦର ଡାଏରି କ୍ଷୀରର ଦର ମଧ୍ୟ ବୃଦ୍ଧି ପାଇଛି । ମଦର ଡାଏରି କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବା ନେଇ ଘୋଷଣା କରାଯାଇଛି । ଗତକାଲି ଅର୍ଥାତ ଏପ୍ରିଲ ୩୦ ତାରିଖ ଠାରୁ ଏହି ନୂଆ ଦର ଲାଗୁ କରାଯାଇଛି ।

Comments are closed, but trackbacks and pingbacks are open.