ଭୁବନେଶ୍ଵର: କେନ୍ଦ୍ରୀୟ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରମୁଖ ଷ୍ଟେସନଗୁଡ଼ିକର ଏକ ବ୍ୟାପକ ପୁନଃବିକାଶ ଆରମ୍ଭ କରିଛି। ଲକ୍ଷ ଲକ୍ଷ ଲୋକଙ୍କ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ଆର୍ଥିକ ବିକାଶ ଓ ଆଞ୍ଚଳିକ ସଂଯୋଗକୁ ବୃଦ୍ଧି କରାଇବା ଏହି ପଦକ୍ଷେପର ଲକ୍ଷ୍ୟ। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପରେ ଛଅଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ – ଅନୁଗୁଳ, ତାଳଚେର, ତାଳଚେର ରୋଡ୍, ମେରାମଣ୍ଡଳୀ, ଢେଙ୍କାନାଳ ଏବଂ ରେଢ଼ାଖୋଲର ଉନ୍ନତିକରଣ ଅନ୍ତର୍ଭୁକ୍ତ ଯାହା ସେମାନଙ୍କୁ ଡିଜାଇନ୍ ବା ନକ୍ସା, ପ୍ରବେଶଯୋଗ୍ୟତା, ସ୍ଥାୟୀତ୍ୱ ଏବଂ ଯାତ୍ରୀ ସୁବିଧାର ବିଶ୍ୱସ୍ତରୀୟ ମାନଦଣ୍ଡ ସହିତ ସମନ୍ୱିତ କରିବ।
Comments are closed, but trackbacks and pingbacks are open.