ଅମୃତସର: ପଞ୍ଜାବୀ ଇନଫ୍ଲୁଏନ୍ସର ଏବଂ ମେକଅପ୍ ଆର୍ଟିଷ୍ଟ ମ୍ୟାଡ୍ ସାନ୍ଧୁଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡ ଅମୃତସରର ଲୋହାରକା ରୋଡ୍ ପ୍ରତାପ ନଗର ଅଞ୍ଚଳରେ ଘଟିଛି । ଏକ ମୋଟରସାଇକେଲରେ ଦୁଇ ଜଣ ଦୁର୍ବୃତ୍ତ ଆସି ଇନ୍ଫ୍ଲୁଏନ୍ସର ମ୍ୟାଡ୍ ସାନ୍ଧୁଙ୍କ ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁଳିମାଡ଼ ପରେ ସାନ୍ଧୁ ରାସ୍ତା କଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସାନ୍ଧୁଙ୍କୁ ତୁରନ୍ତ ନିକଟ ମେଡିକାଲକୁ ନିଆଯାଉଥିବା ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଭାନିଲା କହିଛନ୍ତି ଯେ, ହତ୍ୟାକାଣ୍ଡର ତଦନ୍ତ ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି । “ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି, ଏବଂ ଆକ୍ରମଣକାରୀମାନଙ୍କୁ ଖୁବଶୀଘ୍ର ଗିରଫ କରାଯାଇ ଜେଲ ପଠାଯିବ ।” ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କତରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।