କଇଁ ଫୁଲ ତୋଳିବା ହେଲା କାଳ: ପୋଖରୀରେ ବୁଡ଼ି ୩ ଶିଶୁଙ୍କ ମୃତ୍ୟୁ

କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀ ପାଣିରେ ବୁଡ଼ି ୩ ଜଣ ଶିଶୁଙ୍କର କରୁଣ ମୃତ୍ୟୁ ଘଟିଛି। ମୃତ ଶିଶୁଙ୍କ ବୟସ ୫, ୬ ଓ ୭ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗ୍ରାମର ଏକ ପୋଖରୀରେ ଥିବା କଇଁ ଫୁଲ ତୋଳିବାକୁ ଚେଷ୍ଟା କରୁଥିବା ସମୟରେ ତିନି ଶିଶୁ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଏହି ହୃଦୟବିଦାରକ ଦୁର୍ଘଟଣା ପରେ ସମଗ୍ର ଗୋପାଳପୁର ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି।