ଭୁବନେଶ୍ବର: ମାଲ୍ ପରିଚାଳନା କ୍ଷେତ୍ରରେ ପାରାଦୀପ ବନ୍ଦର ପ୍ରାଧିକରଣ (PPA) ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ବନ୍ଦରର ମେକାନାଇଜ୍ଡ କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ (MCHP) ପକ୍ଷରୁ ଗତ ଅକ୍ଟୋବର ୧୦, ୨୦୨୬ରେ ଗୋଟିଏ ଦିନରେ ସର୍ବାଧିକ ୧,୪୦,୦୨୨ ମେଟ୍ରିକ୍ ଟନ୍ କୋଇଲା ଲୋଡିଂ କରାଯାଇ ଏହି ସଫଳତା ହାସଲ କରାଯାଇଛି। ‘M.V. APJ Indrani’ ଏବଂ ‘M.V. Ripley Pinnacle’ ନାମକ ଦୁଇଟି ଜାହାଜରେ ଏହି କୋଇଲା ସଫଳତାର ସହ ଲୋଡିଂ କରାଯାଇଥିଲା। ଏହି ନୂତନ ରେକର୍ଡ ପୂର୍ବରୁ ୨୯ ମେ ୨୦୨୨ରେ ‘M.V. Arethousa’ ଏବଂ ‘M.V. ISL Star’ ଜାହାଜଗୁଡ଼ିକ ଜରିଆରେ ହୋଇଥିବା ୧,୩୭,୫୦୦ ମେଟ୍ରିକ୍ ଟନ୍ର ପୁରୁଣା ରେକର୍ଡକୁ ପଛରେ ପକାଇ ଦେଇଛି। ପୂର୍ବ ରେକର୍ଡଠାରୁ ଏହା ୨,୫୨୨ ମେଟ୍ରିକ୍ ଟନ୍ ଅଧିକ ଅଟେ, ଯାହା ବନ୍ଦରର କାର୍ଯ୍ୟକ୍ଷମତା ଏବଂ ଦକ୍ଷତାର କ୍ରମାଗତ ଉନ୍ନତିକୁ ପ୍ରତିଫଳିତ କରୁଛି। ବନ୍ଦରର ଏପରି ଉଲ୍ଲେଖନୀୟ ସଫଳତା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ, IRSEE, MCHP ସହ ଜଡ଼ିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ଶ୍ରମିକମାନଙ୍କୁ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର ନିଷ୍ଠା, ସମନ୍ୱିତ ପ୍ରୟାସ ଏବଂ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରି ସେ ଏହାକୁ ସମସ୍ତଙ୍କର ସାମୂହିକ ଉଦ୍ୟମର ଫଳ ବୋଲି ମତ ଦେଇଛନ୍ତି।