ସାମ୍ବାଦିକ ସୁଧାଂଶ ରାଉତ ଗିରଫ

ଭୁବନେଶ୍ୱର: ସାମ୍ବାଦିକ ସୁଧାଂଶୁ ରାଉତ ଗିରଫ | ଆଜି ଖଣ୍ଡଗିରି ପୋଲିସ ତାଙ୍କୁ ହତ୍ୟା ଉଦ୍ୟମ ଏବଂ ଭୟଭୀତ ପ୍ରଦର୍ଶନ କରିବା ଅଭିଯୋଗରେ ଗିରଫ କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କୁ ଲାଞ୍ଚ ଯାଚିଥିବା ନେଇ ସୁଧାଂଶୁ ମିଛ ଖବର ପ୍ରସାରଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଓଡ଼ିଶା ତତାଙ୍କର ଅଗ୍ରିମ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ସେ ଏନେଇ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ। ସେଠାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ପୂର୍ବରୁ ସୋସିଆଲ ମିଡିଆରେ ଅଶ୍ଳୀଳ ତଥା ମିଛ ଖବର ପ୍ରସାରଣ ଏବଂ ଆଥଲେଟ୍ ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ବ୍ଲାକମେଲିଂ ମାମଲାରେ ମଧ୍ୟ ସେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ ।