ଏବିଇଓଙ୍କ ଘରେ ଭିଜିଲାନ୍ସ ରେଡ୍: ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ (ଏବିଇଓ) ଜୟଦେବ ଜେନାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୋମବାର ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ତାଙ୍କର ଏକାଧିକ ଠିକଣାରେ ଏକକାଳୀନ ଚାଷୀ/ତଲାସୀ ଜାରି ରହିଛି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ଥିବା ମୋଟ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି ଏବଂ ୯ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱର ପାତ୍ରପଡ଼ାସ୍ଥିତ ତିନି ମହଲା କୋଠା, ଖଣ୍ଡଗିରି ଜନନୀ ବିହାରସ୍ଥିତ ସମ୍ପର୍କୀୟଙ୍କ ଘର, ଗଞ୍ଜାମ ଜିଲ୍ଲା ପି. ନୂଆଗାଁର ଦୁଇଟି କୋଠା ଏବଂ ବୁରୁଝରି ଓ ଯାଜପୁର ଜାରକାସ୍ଥିତ ଭଡ଼ାଘର ତଥା କାର୍ଯ୍ୟାଳୟ ପ୍ରକୋଷ୍ଠରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛି।

GanjamVigilance raid on ABEO's residence: Simultaneous raids at 7 locations across Bhubaneswar