କ୍ୟାପଟେନ୍ ସ୍ମିତ ମଚ୍ଛରଙ୍କୁ ଇସ୍ରାଏଲର ସମ୍ମାନ

ନୂଆଦିଲ୍ଲୀ: ଫ୍ଲାଏଦୁବାଇ ଫ୍ଲାଇଟରେ ଥିବା ୧୭୦ରୁ ଅଧିକ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା କ୍ୟାପ୍ଟେନ୍ ସ୍ମିତଙ୍କୁ ଇସ୍ରାଏଲର ‘ପ୍ରେସିଡେଣ୍ଟାଲ ଆୱାର୍ଡ ଫର୍‌ ସିଭିଲିଆନ ହିରୋଜିମ୍‌’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ ଗୁରୁବାର ଘୋଷଣା କରିଛନ୍ତି । ସୂଚନା ଥାଉ ଯେ, ଗୁରୁବାର ଜେରୁଜେଲମରେ ରାଷ୍ଟ୍ରପତି ହର୍ଜୋଗ ୬ ଜଣ ଇସ୍ରାଏଲୀ ଯାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସମୟରେ ମଚ୍ଛରଙ୍କ ନାଁ ଉଲ୍ଲେଖ କରିଥିଲେ । ହର୍ଜୋଗ କହିଥିଲେ, “ଆଜି ଆମେ ଯେଉଁ ଇସ୍ରାଏଲୀ ବୀରମାନଙ୍କୁ ସମ୍ମାନ ଜଣାଉଛୁ, ସେମାନଙ୍କ ସହିତ ଭାରତର କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସମ୍ପୂର୍ଣ୍ଣ ଓ ଶୀଘ୍ର ଆରୋଗ୍ୟ କାମନା କରି ଆମର ହୃଦୟଭରା ଶୁଭେଚ୍ଛା ଜଣାଉଛୁ। ତାଙ୍କର ସାହସ ଏତେ ବଡ ବିପଦକୁ ଟଳିବାରେ ସାହାଯ୍ୟ କରିଥିଲା । ଯେତେବେଳେ ସେ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ ତାଙ୍କୁ ମୁଁ ନିଜେ ଏହି ପୁରସ୍କାର ପ୍ରଦାନ କରିବି । କିଛି ଦିନ ପୂର୍ବରୁ କ୍ୟାପଟେନ ସ୍ମିତ ମଚ୍ଛରଙ୍କୁ ଆମେରିକା ମଧ୍ୟ ସମ୍ମାନିତ କରିବ ବୋଲି ଆମେରିକୀୟ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି। ଉଭୟ ଶାସକ ଏବଂ ବିରୋଧୀ ଦଳ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।