ଅନ୍ୟା ଦାସ ହେଲେ ନୂଆପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଅନ୍ୟା ଦାସ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ରଇତଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ନୂଆପଡ଼ା ଏକ ଶାନ୍ତିପୂର୍ଣ୍ଣ ଜିଲ୍ଲା ବୋଲି ସେ ଶୁଣିଥିବା ବେଳେ ଏଠାରେ ବିକାଶର ଅନେକ ସମ୍ଭାବନା ରହିଥିବା ମତ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ ଯେପରି ଶୀଘ୍ର ସମ୍ପୂର୍ଣ୍ଣ ହେବ, ସେଥିପ୍ରତି ତାଙ୍କର ବିଶେଷ ଦୃଷ୍ଟି ରହିବ ବୋଲି ସେ କହିଛନ୍ତି। ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ଉନ୍ନତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ନୂତନ ଜିଲ୍ଲାପାଳ ମତ ଦେଇଛନ୍ତି। ଧାନ ଏଠାକାର ଏକ ପ୍ରମୁଖ ଫସଲ ହୋଇଥିବାରୁ ଚାଷୀମାନେ ଯେପରି ସହଜ ଓ ସରଳ ଉପାୟରେ ନିଜ ଧାନ ବିକ୍ରି କରିପାରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଅନ୍ୟା ଦାସ କହିଛନ୍ତି। ଜିଲ୍ଲାରେ ଚାଲିଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକର ଶୀଘ୍ର ସମାପନ, ପ୍ରାଥମିକ ଶିକ୍ଷାର ବିକାଶ ଓ ଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟାକୁ ସରଳ କରିବା ଉପରେ ନୂତନ ଜିଲ୍ଲାପାଳଙ୍କ ପ୍ରାଥମିକତା ରହିବ। ଜିଲ୍ଲାର ବିକାଶମୂଳକ କାର୍ଯ୍ୟ କିପରି ଆଗକୁ ବଢ଼ିବ ସେଥି ପ୍ରତି ଧ୍ୟାନ ଦେବେ |