ଅମିରଙ୍କ କ୍ଷତି ହୋଇଛି !

27

‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ । ଅମିର ଖାନ ଏହି ବିଫଳତାରରେ ମର୍ମାହତ ହୋଇ କିଛିଦିନ ଅଭିନୟରୁ ସନ୍ୟାସୀ ନେବେ ବୋଲି ମଧ୍ୟ ଶୁଣାଗଲା । ଏତେସବୁ ଖବର ଚର୍ଚ୍ଚା ଭିତରେ ଅମିର ଆମେରିକା ଯିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ସାମାଜିକ ଗଣ ମାଧ୍ୟମରେ ଜଣେ ପ୍ରଶଂସକ ଅମିରଙ୍କ ସହ ତାଙ୍କର ଫଟୋଟିକୁ ସେୟାର କରିଛନ୍ତି । ଫଟୋଟି ସାନଫ୍ରାନସିକୋରେ ଉଠାଯାଇଛି ତା ପରଠାରୁ ଫଟୋଟିକୁ ନେଇ ପ୍ରତିକ୍ରିୟା ଆରମ୍ଭ ହୋଇଛି । ଚଳଚ୍ଚିତ୍ର କ୍ଷତି ସହିବା ପରେ ଅମିର ବିଦେଶରେ ଛୁଟି କାଟୁଛନ୍ତି ବୋଲି ମଧ୍ୟ କେତେଜଣ ମତାମତ ଦେଇଛନ୍ତି । ଆଉକେତେ ଜଣ ଲେଖିଛନ୍ତି ଅମିର କ’ଣ ସତରେ କ୍ଷତି ସହିଛନ୍ତି । 

Comments are closed, but trackbacks and pingbacks are open.