ଭିଜିଲାନ୍ସ ଜାଲରେ ଅମିନ

97

ଭୁବନେଶ୍ବର : ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ କୁତ୍ରା ତହସିଲ ଅମିନ ଧରା ପଡିଲେ।  ଅମିନ ଶିଶିର କୁମାର ନାଏକ ଏକ ପଟ୍ଟାର ନକ୍ସା ପ୍ରସ୍ତୁତ ପାଇଁ ମାଗିଥିଲେ ଲାଞ୍ଚ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭାଇଭାଗ ପାଇଁ ଭିନ୍ନ ପଟ୍ଟା ପ୍ରସ୍ତୁତ ହେବାର ଥିଲା । ଭାଗବଣ୍ଟା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅମିନ ନକ୍ସା ତିଆରି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମୂଲଚାଲ ପରେ ୬ ହଜାର ଟଙ୍କା ଦେଲେ ନକ୍ସା ସ୍କେଚ କରିଦେବେ ବୋଲି କହିଥିଲେ ଅମିନ ଶିଶିର କୁମାର ନାଏକ ।  ଆଜି ଟଙ୍କା ନେବା ସମୟରେ ମାଡି ବସିଲା ଭିଜିଲାନ୍ସ।  ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ।  ଟ୍ରାପ ପରେ ଅମିନଙ୍କର ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।

Comments are closed, but trackbacks and pingbacks are open.