ଯୁଦ୍ଧକୁ ବନ୍ଦ ପାଇଁ ମୋଦୀଙ୍କୁ ଅନୁରୋଧ କଲା ଆମେରିକା

34

ଦୀର୍ଘ ଏକ ବର୍ଷ ହେବ ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନର ପ୍ରାୟ ସବୁ ସହରକୁ ଧ୍ୱଂସ କରିସାରିଲାଣି ଋଷ । ଅନେକ ଜନସାଧାରଣ ଏବଂ ଉଭୟ ପକ୍ଷର ଯବାନଙ୍କ ଜୀବନ ଗଲାଣି । ତଥାବି ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ଭିତରେ ଆମେରିକା କହିଛି ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଏହି ଯୁଦ୍ଧକୁ ବନ୍ଦ ପାଇଁ ପୁଟିନଙ୍କ ସହ କଥା ହୋଇପାରିବେ । ମୋଦି ଚାହିଁଲେ ପୁଟିନଙ୍କୁ ବୁଝାଇପାରିବେ । ଯେତେବେଳେ ହ୍ୱାଇଟ ହାସର ପ୍ରବକ୍ତାଙ୍କୁ ପଚରାଗଲା, ଯୁଦ୍ଧକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୁଟିନକୁ ବୁଝାଇବା ଉଚିତ କି? ହ୍ୱାଇଟ୍ ହାଉସ୍ ପ୍ରବକ୍ତା କହିଲେ, ଆମେରିକା ଏପରି ସମସ୍ତ ପ୍ରୟାସକୁ ଆମେରିକା ସମର୍ଥନ କରିବ ଯେଉଁଥିରେ ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି କି, “ ମୋତେ ଲାଗୁଛି ଯେ ପୁଟିନଙ୍କ ପାଖରେ ଏବେ ବି ଯୁଦ୍ଧ ରୋକିବାର ସମୟ ରହିଛି। ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯେଉଁ ପଦକ୍ଷେପ ନେବେ ଆମେ ତାକୁ ସମର୍ଥନ ଦେବୁ। ଯେଉଁଥିରେ ୟୁକ୍ରେନ ପ୍ରତି ଥିବା ଶତ୍ରୁତା ଶେଷ ହୋଇଯିବ।”

ନିକଟରେ ଉଜ୍‌ବେକିସ୍ତାନର ସମରକନ୍ଦରେ ଦ୍ୱିପାଖିକ ବୈଠକ ସମୟରେ ମୋଦୀ ପୁଟିନ୍‌ଙ୍କୁ କହିଥିଲେ ଯେ ବର୍ତ୍ତମାନ ସମୟ ଯୁଦ୍ଧର ନୁହେଁ। ମୋଦୀଙ୍କର ଏହି କଥା ସାରା ବିଶ୍ୱ ପ୍ରଶଂସା କରିଥିଲା। ଅନ୍ତର୍ଜାତୀୟ ମିଡିଆରେ ମଧ୍ୟ ଖବର ସିରୋନାମା ପାଲଟିଥିଲା। ଏନେଇ କିର୍ବି କହିଛନ୍ତି ଯେ ମୋଦୀଙ୍କ ବିଚାର ସମ୍ପୂର୍ଣ୍ଣ ଠିକ୍। ଆମେରିକା ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଥିଲା। ବିଶ୍ୱ ନେତାମାନେ ଏହାକୁ ସ୍ୱୀକାର କରିଥିଲେ ଓ ମିଡିଆ ଏହାକୁ ପ୍ରଶଂସା କରିଥିଲା ବୋଲି କିର୍ବି କହିଛନ୍ତି।

ସେହିପରି ଆଜିର ଯୁଦ୍ଧ ପାଇଁ କିର୍ବି ପୁଟିନଙ୍କୁ ଦୋଷ ଦେଇଛନ୍ତି। ପୁଟିନ ଚାହିଁଲେ ଯୁଦ୍ଧ ରୋକିପାରିବେ। ହେଲେ ସେ ଏହା ନ କରି ଓଲିଟ ମିଶାଇଲ ମାଡ଼ କରି ୟୁକ୍ରେନ୍‌କୁ ନଷ୍ଟ କରୁଛନ୍ତି। ତେଣୁ ପୁଟିନ୍ ଚାହିଁଲେ ଏବେ ଯୁଦ୍ଧକୁ ରୋକିପାରିବେ । ଋଷ ୟୁକ୍ରେନର ଜୀବନ ଜୀବିକା ଉପରେ ଅଧିକ ଆକ୍ରମଣ କରୁଛି । ଇଲେକ୍ଟ୍ରି ସିଟି ନଷ୍ଟ ହୋଇଯାଇଛି । ଲୋକେ ଅନ୍ଧକାର ମଧ୍ୟରେ ଜୀବନ କାଟୁଛନ୍ତି । ତେଣୁ ଏବେ ବି ସମୟ ଅଛି ମୋଦି ପୁଟିନଙ୍କୁ ବୁଝାଇଲେ ପୁଟିନ୍ ଯୁଦ୍ଧ ରୋକିଦେଇପାରନ୍ତି ।

Comments are closed, but trackbacks and pingbacks are open.