ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଯୋଜନା ଦେୟ (GIS)ର ସଂଶୋଧନ

37

ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟ (GIS)ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଚାକିରିରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ପୂର୍ବରୁ ୪ ହଜାର ୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ‘ ପାଉଥିବା କର୍ମଚାରୀଙ୍କୁ ଜିଆଇଏସ୍ ବାବଦରେ ୭ ହଜାର ୫୦୦ ଟଙ୍କା ଦିଆଯାଉଥିଲା। ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫ ହଜାର ୪୦୦ କିମ୍ବା ଏହାଠାରୁ ଅଧିକ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ଜିଆଇଏସ୍ ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ତେବେ କର୍ମଚାରୀଙ୍କ ପାଇଁ ଜିଆଇଏସ ଏକ ସାମାଜିକ ସୁରକ୍ଷା ଯୋଜନା । ୪୮ ଶହ ଗ୍ରେଡ ପେ’ କର୍ମଚାରୀଙ୍କ ମୃତ୍ୟୁରେ ପରିବାରକୁ ୪ ଲକ୍ଷ ଟଙ୍କା ମିଳିବ । ଏହା ସହ ୫,୪୦୦ ଓ ଏହାଠାରୁ ଅଧିକ ଗ୍ରେଡ ପେ’ କର୍ମଚାରୀଙ୍କ ମୃତ୍ୟୁରେ ୬ ଲକ୍ଷ ଟଙ୍କା ମିଳିବ ।

Leave A Reply

Your email address will not be published.