ଦାୟିତ୍ୱହୀନତା ପାଇଁ ଦୂତୀ ହାରିଲେ : ସରସ୍ୱତୀ ଚାନ୍ଦ ଭଉଣୀ

24

ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକରେପୁଣି ନିରାଶ କରିଛନ୍ତି । ପୂର୍ବରୁ ୧୦୦ ମିଟର ଦୌଡ ରେ ମଧ୍ୟ ସେ ଦେଶ କୁ ନିରାଶ କରିଥିଲେ ଏଥିପାଇଁ ତାଙ୍କର ନିଷ୍ଠାର ଅଭାବ ଓ ଦାୟିତ୍ୱହୀନତା ଦାୟୀ । ଏଭଳି ଅଭିଯୋଗ କରିବା ସହ ଦୂତୀଙ୍କ ନୈରାଶଜନକ ପଦର୍ଶନ ଉପରେ ଆଙ୍ଗୁଠି ଉଠେଇଲେ ଭଉଣୀ ସରସ୍ୱତୀ ଚାନ୍ଦ । ଏହା ସହିତ ସରସ୍ୱତୀ ଚାନ୍ଦ ଦୂତୀ ଙ୍କ ଷ୍ଟପ୍ ୱାଚ୍ କୋଚ୍, ଦୂତୀଙ୍କ ଗଡଫାଦର ଓ ବନ୍ଧୁ ଗୋଷ୍ଠୀଙ୍କ ଠାରୁ ଉତ୍ତର ମାଗିଛନ୍ତି ଭଉଣୀ ସରସ୍ୱତୀ

ସେ କହିଛନ୍ତି ଯେ ଗତ ୪ ବର୍ଷ ଧରି ଅଲମ୍ପିକ ପ୍ରଶିକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ତେବେ ଏହା କଣ ଦୂତୀଙ୍କ ନିଜର ପବ୍ଲିସିଟି ଓ ମସ୍ତି ମାରିବା ପାଇଁ ନା ଖେଳରେ ଭଲ ପଦର୍ଶନ ପାଇଁ? ଓଡ଼ିଶା ଓ ଭାରତର ଗର୍ବକୁ ସାକାର କରିବା ପାଇଁ ଦୂତୀଙ୍କ ଷ୍ଟାମିନା ଯଥେଷ୍ଟ ଥିଲେ ବି ସେ ଅଲିମ୍ପିକରେ ଦୁଇଟି ଇଭେଣ୍ଟରେ ନୈରାଶଜନକ ପଦର୍ଶନ କଲେ । ଏଥିପାଇଁ ତାଙ୍କ ଷ୍ଟପ୍ ୱାଚ୍ କୋଚଙ୍କ ସହ ପ୍ରେମ ସମ୍ପର୍କ ଦାୟୀ ବୋଲି ବି ପ୍ରଶ୍ନ କରିଛନ୍ତି ସରସ୍ୱତୀ । ଏହାର ଏକ ତଦନ୍ତ ହେଉ ବୋଲି ସେ କହିବା ସହ ଦୂତୀ ଏଥିପାଇଁ ଉତ୍ତରଦାୟୀ ବୋଲି କହିଛନ୍ତି ସରସ୍ୱତୀ ଚାନ୍ଦ ।

Leave A Reply

Your email address will not be published.