ଅମ୍ବାନୀ ସବୁଠୁ ଧନୀ ଭାରତୀୟ !

350

ନୂଆଦିଲ୍ଲୀ :ଫୋର୍ବସ୍‌ ପକ୍ଷରୁ ପ୍ରକାଶିତ ଚଳିତ ବର୍ଷର ଶ୍ରେଷ୍ଠ ୧୦୦ ଭାରତୀୟଙ୍କ ତାଲିକାର ଶୀର୍ଷ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୯୨ ବିଲିୟନ ଡଲାର (୭.୬ ଲକ୍ଷ କୋଟି ଟଙ୍କା)। ଗତବର୍ଷ ସବୁଠୁ ଧନୀ ଭାରତୀୟର ପରିଚୟ ହାସଲ କରିଥିବା ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ ଚଳିତ ବର୍ଷ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀଙ୍କ ସମ୍ପତ୍ତି ୮୨ ବିଲିୟନ ଡଲାର ହ୍ରାସ ପାଇ ୬୮ ବିଲିୟନ ଡଲାରରେ ପହଞ୍ଚତ୍ଛି।

ଦେଶର ଶ୍ରେଷ୍ଠ ୧୦୦ ଧନୀଙ୍କ ମୋଟ ସମ୍ପତ୍ତି ପରିମାଣ ୭୯୯ ବିଲିୟନ ଡଲାର ବୋଲି ଫୋର୍ବସ ପତ୍ରିକା ପ୍ରକାଶ କରିଛି। ଚଳିତ ବର୍ଷ ଶିବ ନାଦର ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତି ୨୯.୩ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ତାଲିକାର ଚତୁର୍ଥ ସ୍ଥାନରେ ଥିବା ଓ.ପି. ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ପରିମାଣ ୨୪ ବିଲିୟନ ଡଲାର ହୋଇଥିବାବେଳେ ୫ମ ସ୍ଥାନରେ ରହିଥିବା ଡିମାର୍ଟ ମାଲିକ ରାଧାକ୍ରିଷ୍ଣନ ଡାମନିଙ୍କ ସମ୍ପତ୍ତି ୨୩ ବିଲିୟନ ଡଲାର।

Comments are closed, but trackbacks and pingbacks are open.