ଦର୍ଶନରେ ୫ କୋଟି ଟଙ୍କା ଦାନ କଲେ ଅମ୍ବାନୀ

82

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଓ ତାଙ୍କର ପରିବାର କେଦାରନାଥ ଦର୍ଶନ କରିବା ପାଇଁ ଆସିଥିଲେ । ଏହି ଅବସରରେ ତାଙ୍କର ବୋହୂ ରାଧିକାଙ୍କ ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ଆସିଥିଲେ । ପ୍ରଭୁଙ୍କ ଦର୍ଶନ କରିବା ପରେ ସେମାନେ ପୂଜାର୍ଚ୍ଚନା କରିଥିଲେ । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟଙ୍କ କହିବା ଅନୁଯାୟୀ, ବଦ୍ରିନାଥ କେଦାରନାଥ ମନ୍ଦିରକୁ ୫ କୋଟି ଟଙ୍କା ଦାନ ଦେଇଛନ୍ତି ।

ଏବେ ଚାଲିଛି ଶ୍ରାଦ୍ଧପକ୍ଷ । ଏହି ଅବସରରେ ବଦ୍ରିନାଥ-କେଦାରନାଥ ଧାମରେ ଭିଭିଆଇପିଙ୍କ ଭିଡ ଜମିଛି । କିଛିଦିନ ପୂର୍ବରୁ କ୍ରିକେଟର ସୁରେଶ ରାଇନା ବଦ୍ରିନାଥ ଧାମ ଦର୍ଶନ କରିବାକୁ ଆସିଥିଲେ ।  ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।

ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଗୁରୁବାର ବଦ୍ରିନାଥ ଧାମ ଯାଇଥିଲେ । ସେଠାରେ ବଦ୍ରିନାଥ ଧାମର ପ୍ରଭାରୀ ଅଧିକାରୀ ଅନିଲ ଧ୍ୟାନୀ ତାଙ୍କୁ ସ୍ୱାଗତ କରିଥିଲେ ।ସେଠାରେ ଅମ୍ବାନୀ ପରିବାର ଦର୍ଶନ ପାଇଁ ଯାତ୍ରୀଙ୍କ ଭିଡ ଲାଗିଥିଲା । ଆଜି ନୁହେଁ, ପ୍ରତିବର୍ଷ ମୁକେଶ ଅମ୍ବାନୀ ଭଗବାନ ବଦ୍ରିବିଶାଳଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି । ଦର୍ଶନ କରି ଅମ୍ବାନୀ ପରିବାର କେଦାରନାଥ ମନ୍ଦିରକୁ ୫ କୋଟି ଟଙ୍କା ଦାନ କରିଥିଲେ ବୋଲି ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ସୂଚନା ଦେଇଥିଲେ ।

ବୁଧବାର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟାମ ସିଂ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ବଦ୍ରିନାଥ ଦର୍ଶନ ପାଇଁ ଆସିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କ ଦର୍ଶ କରି ବ୍ରହ୍ମକପାଳରେ ବାବା ମୁଲାୟାମ ଏବଂ ମା ସାଧନା ଯାଦବଙ୍କୁ ପିଣ୍ଡଦାନ କରିଥିଲେ ।

Comments are closed, but trackbacks and pingbacks are open.