ଅମ୍ବାନୀ, ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇବା ନେଇ ଧମକ

31

ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର କେହି ଜଣେ ମହାରାଷ୍ଟ୍ରର ନାଗପୁର ପୋଲିସକୁ ଫୋନ୍‌ କରି ଏହି ଧମକ ଦେଇଥିବା ଜଣାପଡ଼ିଛି।

ଏହି ଅଘଟଣ ପାଇଁ ଅସ୍ତ୍ରଶସ୍ତ୍ର ଧରି ୨୫ଜଣ ମୁମ୍ବାଇର ଦାଦରରେ ପହଞ୍ଚିଥିବା ସେ ପୋଲିସକୁ କହିଥିଲେ।ନାଗପୁର ପୋଲିସ ତୁରନ୍ତ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଥିଲା। ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ଅମିତାଭ, ଅମ୍ବାନୀ ଏବଂ ଧର୍ମେନ୍ଦ୍ରଙ୍କ ଘର ନିକଟକୁ ପଠାଯାଇଛି।

ଏଥିସହ ମୁମ୍ବାଇ ପୋଲିସ ପକ୍ଷରୁ ସେମାନଙ୍କ ଘର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି।

Comments are closed, but trackbacks and pingbacks are open.