୫୦ ବର୍ଷ ପରେ ସ୍ଥାନାନ୍ତରିତ ହେଲା ଅମର ଯବାନ ଜ୍ୟୋତି, ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ହେଲା ବିଲୀନ

0 30

ଦେଶ ର ରାଜଧାନୀର ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ ରେ ଗତ ୫୦ ବର୍ଷ ଧରି ଜଳୁଥିବା ଅମର ଜୱାନ ଜ୍ୟୋତିଙ୍କୁ ଶୁକ୍ରବାର ଦିନ ଜାତୀୟ ଯୁଦ୍ଧ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଦେଶର ବୀର ଯବାନମାନଙ୍କ ବଳିଦାନର ପ୍ରତିକ ଭାବେ ଏହି ଜ୍ୟୋତି ଦୀର୍ଘ ୫୦ ବର୍ଷ ହେବ ଇଣ୍ଡିଆ ଗେଟ ନିକଟରେ ଜଳୁଥିଲା । ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଏହାକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଏହାପରେ ୨୦୧୯ ମସିହାରେ ଜାତୀୟ ଯୁଦ୍ଧ ସ୍ମାରକ ନିର୍ମାଣ କରାଯାଇଥିଲା । ଏହି ସ୍ମାରକ ନିର୍ମାଣ ପାଇଁ ପାଖାପାଖି ୧୭୬ କୋଟି ଟଙ୍କା ବ୍ୟୟ ହୋଇଥିଲା । ଏନେଇ କେନ୍ଦ୍ର ସରକାର ପ୍ରଥମରୁ ସ୍ପଷ୍ଟ କରିଥିଲେ କି ଅମର ଯବାନ ଜ୍ୟୋତି ଲିଭା ନଯାଇ ଏହାକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ବିଲୟ କରାଯିବ ।
ଏନେଇ ଅପରାହ୍ନ ୩.୩୦ ମିନିଟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଅମର ଯବାନ ଜ୍ୟୋତିକୁ ନେଇ ୪୦୦ ମିଟର ଦୂରରେ ଥିବା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ବିଲିନ କରାଯାଇଥିଲା । ସୂଚନାନୁସାରେ ୧୯୭୧ ଭାରତ ପାକିସ୍ତାନ ୟୁଦ୍ଧରେ ପ୍ରାଣ ହରାଇଥିବା ଯବାନଙ୍କ ସ୍ମରଣରେ ଏହି ଅମର ଯବାନ ଜ୍ୟୋତି ଜଳା ଯାଇଥିଲା । ଏହି ଯୁଦ୍ଧରେ ଭାରତ ର ବିଜୟ ହେବ ସହିତ ବାଂଲାଦେଶ ଗଠନ ହୋଇଥିଲା I ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରାଗାନ୍ଧୀ ୧୯୭୨ ରେ ଏହି ଜ୍ୟୋତି ର ସ୍ଥାପନ କରି ଅମର ଯବାନ ଜ୍ୟୋତିରେ ଅଗ୍ନି ସଂଯୋଗ କରିଥିଲେ I

Leave A Reply

Your email address will not be published.