ଟ୍ରଲର ପଛରେ ପିଟିଲା ଆମ ବସ୍, ୧୪ ଆହତ ୨ ଗୁରୁତର

416

କଟକ: କଟକ ଜିଲ୍ଲା ଟାଙ୍ଗୀ ଥାନା ଚଟିଲୋଗଡ଼ା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ‘ଆମ ବସ୍’ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା ୧୪ ଜଣ ଯାତ୍ରୀଙ୍କ ସମେତ ମୋଟ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହଛି। ଖୋର୍ଦ୍ଧାରୁ କୋଲକାତା ଅଭିମୁଖେ ଯାଉଥିବା ଏକ ତେଲ ଟ୍ୟାଙ୍କରର ଏକ ଚକା ପଙ୍କଚର ହୋଇଯିବାରୁ ଏହା ଚଟିଲୋଗଡ଼ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅଟକି ଥିଲା। ଡ୍ରାଇଭର ଟ୍ୟାଙ୍କରକୁ ଛିଡ଼ା କରି ଟାୟାର ବଦଳାଉଥିବା ବେଳେ ଆମ ବସ୍‌ଟି ଦ୍ରୁତଗତିରେ ଆସି ଏହା ପଛପଟରେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ଆମ ବସ୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ ବସ୍‌ର କିଛି ଝରକା କାଚ ମଧ୍ୟ ଭାଙ୍ଗି ଯାଇଛି। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ୨ ଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ଟାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେଲ ଟ୍ୟାଙ୍କର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଶରୀରର ଡାହାଣ ପାର୍ଶ୍ୱ ଗୋଡ଼ ଓ ହାତ ଆଦିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.