ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ : ସରକାରୀ କର୍ମଚାରୀ କଲେ ଭୋଟ ପ୍ରଚାର

20

ପଞ୍ଚାୟତ ନିର୍ବାଚନ ରେ ସିଧା ସଳଖ ସଂଶ୍ଲିଷ୍ଟ ନ ହେବା ଲାଗି ରାଜ୍ୟ ନିର୍ବାଚନ ଆୟୋଗ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। କିନ୍ତୁ ଅନେକ ସ୍ଥାନରେ ସରକାରୀ କର୍ମଚାରୀ ମାନେ ଏହାର ଉଲ୍ଲଙ୍ଘନ କରୁଥିବାର ଦେଖାଯାଇଛି I ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲା ଲୋଇସିଂହା ପଞ୍ଚାୟତ ସମିତି ଅନ୍ତର୍ଗତ ବୁର୍ଡା ପଞ୍ଚାୟତରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ ଫାର୍ମାସିଷ୍ଟ ସରପଞ୍ଚ ଆଶୟୀଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସୁଥିବା ଫାର୍ମାସିଷ୍ଟ ସୁମନ୍ତ ଚିନ୍ଦ୍ରା ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ। ସେ ସରକାରୀ କର୍ମଚାରୀ ହୋଇଥିବା ବେଳେ ସରପଞ୍ଚ ଆଶାୟୀଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାର ପତ୍ର ବାଣ୍ଟିବା ସହ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅନୁରୋଧ କରୁଥିବା କଥା ସାମ୍ନାକୁ ଆସିଛି। ବଲାଙ୍ଗିର ଓ ବରଗଡ଼ ଜିଲା ପ୍ରଶାସନ ତଥା ରାଜ୍ୟ ନିର୍ବାଚନ ଆୟୋଗ ଏହି ଅଭିଯୋଗର ସତ୍ୟତା ପରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ସେହିପରି ବିଲେଇସର୍ଡା ପଞ୍ଚାୟତର ସରପଞ୍ଚ ଆଶାୟୀ ସୁଶାନ୍ତ ଛତ୍ରିଆଙ୍କ ବିରୋଧରେ ପୁଇଁନ୍ତଲା ଥାନାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିଯୋଗ କରିଛନ୍ତି। ଏହିକ୍ରମରେ ଉକ୍ତ ପୁଇଁନ୍ତଲା ପଞ୍ଚାୟତ ସମିତିର ୧୭ ନମ୍ବର ଜିଲା ପରିଷଦର ବିଜେଡି ପ୍ରାର୍ଥୀ ଲିପିକା ପଧାନଙ୍କ ଶିକ୍ଷକ ସ୍ୱାମୀ ତରଣୀସେନ ପଧାନ (ଲୁକାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ପତ୍ନୀଙ୍କ ପାଇଁ ପ୍ରଚାର କରୁଥିବା ନେଇ ତାଙ୍କୁ ଜିଲା ଶିକ୍ଷାଧିକାରୀ ନିଲମ୍ବିତ କରିଛନ୍ତି। ସେହିପରି ଜିଲା ପରିଷଦ ଆସନ ନମ୍ବର-୧, ଆଗଲପୁର ବ୍ଲକର କଂଗ୍ରେସ ପ୍ରାର୍ଥୀ ଗଣେଶ ସାହୁଙ୍କୁ ସମର୍ଥନ କରି ଜଣେ ପ୍ରଧାନ ଶିକ୍ଷକ, ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା ସଂପର୍କୀୟଙ୍କ ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଚାର କରି ଆଚରଣ ବିଧି ଉଲଂଘନ କରିବା ନେଇ ଅଭିଯୋଗ ଉଠିଥିଲା।

Comments are closed, but trackbacks and pingbacks are open.