ବିଜେଡି ସାଂସଦ ଙ୍କ ନାଁରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ

34

ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଙ୍କ ଏବେ ବଢ଼ିଲା ଅଡ଼ୁଆ। ତାଙ୍କ ନାଁରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୁ । ଏହା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ପ୍ରକାଶ ଥାଉ କି ଏହି ମହିଳା ଜଣକ ମଧ୍ୟପ୍ରଦେଶ ର ଭୋପାଲ ଅଂଚଳ ର ସେ ଭର୍ତ୍ତୃହରିଙ୍କ ସହିତ ତାଙ୍କ ପତ୍ନୀ ଓ ପୁଅ ଆଲୋକ ରଞ୍ଜନଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗକରିଛନ୍ତି । ତେବେ ଅଭିଯୋଗ ସଂପର୍କରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶିତ ଖବର ଅନୁଯାୟୀ, ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମଙ୍ଗଳବାର ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ଆଇପିସିର ଧାରା ୪୯୮ (ଏ), ୫୦୬, ୩୪ ଓ ଯୌତୁକ ନିର୍ଯାତନା ଆଇନ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି।
ନବଭାରତ ଟାଇମ୍ସ’ରେ ପ୍ରକାଶିତ ଖବର ଅନୁଯାୟୀ, ଭର୍ତ୍ତୃହରିଙ୍କ ବୋହୂ ଅଭିଯୋଗ କରିଛନ୍ତି ଯେ , ୨୦୧୬ ଡିସେମ୍ବରରେ ଭର୍ତ୍ତୃହରି ମହତାବଙ୍କ ପୁଅ ଆଲୋକ ରଞ୍ଜନ (୩୮)ଙ୍କ ବାହାଘର ହୋଇଥିଲା ତାଙ୍କ ବାହାଘରରେ ତାଙ୍କ ବାପ ଘରେ ଲୋକେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ଶ୍ୱଶୁର ଘର ଲୋକେ ଏତିକିରେ ସନ୍ତୁଷ୍ଟ ନଥିଲେ। ସେମାନେ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି। ବାହାଘର ପରେ ପରେ ହିଁ ତାଙ୍କ ଉପରେ ଯୌତୁକ ପାଇଁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ସେଥିପାଇଁ ସେ ଭୋପାଳକୁ ତାଙ୍କ ବାପ ଘରକୁ ପଳାଇ ଆସିଥିଲେ ଓ କୋର୍ଟରେ ମାମଲା ରୁଜୁ କରିଥିଲେ।
ସେ ଆହୁରି କହିଛନ୍ତି ଯେ ତାଙ୍କୁ ପାଖରେ ରଖିବା ଲାଗି କୋର୍ଟ ତାଙ୍କ ସ୍ୱାମୀ ଲୋକରଞ୍ଜନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶ୍ୱଶୁର ଘର ଲୋକଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନଥିଲା। ୨୦୧୮ରେ ଯେତେବେଳେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ, ସେତେବେଳେ ତାଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ଭର୍ତ୍ତୃହରିଙ୍କ କଟକ ସ୍ଥିତ ବାସଭବନ ରେ ମଧ୍ୟ ତାଙ୍କୁ ପ୍ରବେଶ ଅନୁମତି ମିଳିନଥିଲା I ତେଣୁ ସେ ପୁଣି ଭୋପାଳ ଫେରି ଯାଇଥିଲେ। ତେବେ ସେ ଆଶା ଛାଡ଼ି ନଥିଲେ ଓ ଅପେକ୍ଷା କରିଥିଲେ। କିନ୍ତୁ ଶ୍ୱଶୁର ଘର ପକ୍ଷରୁ ତାଙ୍କୁ ଗ୍ରହଣ କରିବା ନେଇ କୌଣସି ସୂଚନା ନ ଆସିବା ପରେ ସେ ବାଧ୍ୟ ହୋଇ ମହିଳା ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ଘଟଣା ର ସତ୍ୟାସତ୍ୟ ଅନୁସନ୍ଧାନ ପରେ ଜଣାପଡିବ I

Leave A Reply

Your email address will not be published.