ଇଡି ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ

139

ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିବା ପୱନ କ୍ଷତ୍ରୀଙ୍କୁ ଗିରଫ କରିଛି ସିବିଆଇ । ଦିଲ୍ଲୀ ଅବକାରୀ ନୀତିରେ ପୱନ କ୍ଷତ୍ରୀ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିବା ସୂଚନା ରହିଛି । ଏନେଇ ମାମଲା ଦାଏର କରାଯିବା ପରେ ମାମଲାର ଯାଞ୍ଚ କରାଯାଇ ତାଙ୍କୁ ଗିରଫ କରିଛି ସିବିଆଇ ।

ସୂଚନା ମୁତାବକ, ଇଡିରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଥିବା ପୱନ କ୍ଷତ୍ରୀ ଅବକାରୀ ନୀତି ମାମଲାରେ ବ୍ୟବସାୟୀ ଅମନଦୀପ ସିଂହ ଢଲ୍ଲଙ୍କଠାରୁ ୫ କୋଟି ଟଙ୍କା ଲାଞ୍ଚ ନେଇଥିଲେ । କ୍ଷତ୍ରୀଙ୍କ ସମେତ ଦୁଇ ଜଣ ଇଡି ଅଧିକାରୀଙ୍କ ବିରୋଧରେ ମାମଲା ଦାଏର ହୋଇଥିଲେ ବି କେବଳ କ୍ଷତ୍ରୀଙ୍କୁ ଗିିରଫ କରାଯାଇଛି ।

Comments are closed, but trackbacks and pingbacks are open.