କେବଳ ଦୁଇଟି ଟୀକା ବାଦ ‘ଓମିକ୍ରନ’ ସଂକ୍ରମଣ କୁ ରୋକିବାରେ ସବୁ ଟୀକା ଫେଲ :ରିସର୍ଚ୍ଚ

19

ଏପରି ପରିସ୍ଥିତିରେ ଆଗକୁ ଲକଡାଉନ୍ ଭଳି ସ୍ଥିତି ଉପୁଜିପାରେ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ଡେଲଟା ଭାରିଆଣ୍ଟ ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା । ତେବେ ସବୁଠାରୁ ବଡ଼ ଚିନ୍ତାଜନକ କଥା ହେଉଛି ଏପର୍ଯ୍ୟନ୍ତ ଯେଉଁ ଟିକା ଗୁଡ଼ିକୁ ଅନୁମୋଦନ ଦିଆଯାଇଛି ସେସବୁ ଓମିକ୍ରନ୍ ଆଗରେ ଫିକା ପଡ଼ିବାରେ ଲାଗିଛି । ଓମିକ୍ରନ୍ ଆଗରେ ଟିକା ଗୁଡ଼ିକ ଫଳପ୍ରଦ ପୂର୍ଣ୍ଣ କାମ କରୁନାହିଁ । କେବଳ ଗୋଟିଏ ଆଶ୍ୱସ୍ତିକର କଥା ହେଉଛି ଟିକାନେଇଥିବା ବ୍ୟକ୍ତି ଯେଉଁ ମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ଠାରେ ଅତି ଗମ୍ଭୀର ପରିସ୍ଥିତି ସୃଷ୍ଟି ହେଉନାହିଁ ।କୋଭିଡ୍ ବିପକ୍ଷରେ ବର୍ତ୍ତମାନ ବ୍ୟବହାର କରାଯାଉଥିବା
ହେଲେ ଏହି ଦୁଇ ଟିକା କେବଳ ଆମେରିକା ବ୍ୟତୀତ ମାତ୍ର କିଛିଟା ଦେଶରେ ଉପଲବ୍ଧ ହେଉଛି । ଏହି ପରିସ୍ଥିତିରେ ଓମିକ୍ରନ୍ କୁ ରୋକିବା ସମ୍ବବ ହେବ ନାହିଁ । ଫାଇଜର୍ ଓ ମଡର୍ଣ୍ଣା ଟିକା ନୂତନ ଏମଆରଏନଏ ଟେକ୍ନିକ୍ ଉପରେ ଆଧାରିତ । ତେଣୁ ଏହି ଦୁଇ ଟିକା ଓମିକ୍ରନ୍ ସଂକ୍ରମଣକୁ ରୋକିପାରିବାରେ ସଫଳ ହେଉଥିବା ଦେଖିବାକୁ ମିଳିଛି ।

ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ୍ ର ନୂତନ ପ୍ରଜାତି ଓମିକ୍ରନ ଭୟ ର ବାତାବରଣ ସୃଷ୍ଟି କରିଛି । ବିଶ୍ୱବ୍ୟାପୀ ଓମିକ୍ରନ୍ ର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ଓମିକ୍ରନ୍ ସଂକ୍ରମିତଙ୍କ ବଢ଼ୁଛି । ଆଜି ର ସଂକ୍ରମଣ କୁ ମିଶାଇ ଭାରତ ରେ ୧୪୦ ଧରିଲାଣି ସଂକ୍ରମିତ ଙ୍କ ସଂଖ୍ୟା I ଦେଶରେ ଓମିକ୍ରନ ସଂକ୍ରମିତ ଙ୍କ ବୃଦ୍ଧି କୁ ନେଇ କୁହାଯାଉଛି କି ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା କୁ ଏଡାଇ ଡିଲାଇ ନ ପାରେ I ଏ ପରିକି ବୈଜ୍ଞାନିକ ମାନେ ଆକଳନ ଲଗାଇଲେଣି କି ଏହା ଜାନୁଆରୀ ଶେଷରେ କିମ୍ବା ଫେବୃଆରୀ ରେ ପିକ ପିରିୟଡ଼ କୁ ଯାଇପାରେ ଇ ସେହି ସମୟରେ ସାରା ବିଶ୍ୱରେ ଟୀକାକରଣ କୁ ଜୋର ଦିଆ ଯାଉଛି ଇ କିନ୍ତୁ ବର୍ତ୍ତମାନ ବିଶେଷ ସୂତ୍ରରୁ ଯାଇବାକୁ ମିଳିଛି କି ଓମିକ୍ରନ ସଂକ୍ରମଣ ରୋକିବାକୁ ଦୁଇଟି ଟିକାକୁ ଛାଡିଦେଲେ କୌଣସି ଟୀକା ଫଳପ୍ରଦ ନୁହେଁ ଇ ପ୍ରକାଶ ପାଇଛି ଯେ, ଯେଉଁ ଲୋକମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି କିମ୍ବା ଯେଉଁମାନେ କେବଳ ଫାଇଜର୍ ଓ ମଡର୍ଣ୍ଣା ଟିକା ନେଇଛନ୍ତି ସେମାନେ ଓମିକ୍ରନ୍ ସଂକ୍ରମଣରୁ କିଂଚିତ ମାତ୍ରାରେ ବଞ୍ଚିତ ରହିପାରିବେ I ସେହିପରି ଆଷ୍ଟ୍ରାଜେନିକା, ଜନସନ୍ ଆଣ୍ଟ ଜନସନ୍ ଓ ରୁଷର ଭାକସିନ୍, ଓମିକ୍ରନ୍ ବିରୋଧରେ ପ୍ରଭାବୀ ନୁହେଁ । ଅନ୍ୟପଟେ ଚାଇନାରେ ପ୍ରସ୍ତୁତ ହୋଇଥିବା ସିନୋଫାର୍ମ ଓ ସିନୋବ୍ୟାକ୍ ଏହି ନୂତନ ଭାରିଆଣ୍ଟ୍ ବିରୋଧରେ ଆଦୌ ପ୍ରଭାବୀ ନୂହେଁ ବୋଲି ରିସର୍ଚ୍ଚ ରୁ ଜଣାପଡିଛି I ତେବେ ଏହି ଟିକା ସବୁ କେତେ ପରିମାଣରେ ପ୍ରଭାବୀ ତାକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକ ମାନେ ରିସର୍ଚ୍ଚ ଜାରି ରଖିଛନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି,ଫାଇଜର ଏବଂ ମୋଡର୍ନା ଟିକା ତିଆରିରେ mRNA ଟେକ୍ନୋଲୋଜି ବ୍ୟବହୃତ ହୋଇଛି, ଯାହା ସମସ୍ତ ପ୍ରକାର ସଂକ୍ରମଣ ଏବଂ ପ୍ରକାରରୁ ରକ୍ଷା କରିଥାଏ, ବାକି ଟିକାଗୁଡ଼ିକ ପୁରୁଣା ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ I

Leave A Reply

Your email address will not be published.