ଖରାରୁ ମିଳିବ ତ୍ରାହି !

31

ମୁଣ୍ଡଫଟା ଖରା । ଅସହ୍ୟ ତାତି । ଛଟପଟ ହେଉଛି ସାରା ରାଜ୍ୟ । ଶନିବାର ସକାଳ ସାଢେ ୧୧.୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ଥିଲା । ଅନ୍ୟପକ୍ଷେ ଏହି ସମୟ ସୁଦ୍ଧା ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ର ୩୯.୨ ଡିଗ୍ରୀ ଥିଲା । ମଧ୍ୟାହ୍ନ ସାଢେ ୨ଟା ବେଳକୁ ତାପମାତ୍ରା ବୃଦ୍ଧି ପାଇ ୪୧ ଟପିଥିଲା । ଏହି ସମୟ ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡା ତାପମାତ୍ରା ୪୧ ଟପିଛି ।

ଆଜି ଭୁବନେଶ୍ୱର ଓ ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୧.୦ ଡ଼ିଗ୍ରୀ ଥିବାବେଳେ ସମ୍ବଲପୁର:ରେ ୪୦.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦.୦ ଡ଼ିଗ୍ରୀ, ହୀରାକୁଦରେ ୩୯.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୨ ଡ଼ିଗ୍ରୀ, ବାଲେଶ୍ୱରରେ ୩୫.୮ ଡ଼ିଗ୍ରୀ, ଗୋପାଳପୁରରେ ୩୪.୮ ଡ଼ିଗ୍ରୀ ପୁରୀରେ ୩୩.୬ ଡ଼ିଗ୍ରୀ ଓ ପାରାଦୀପରେ ୩୨.୦ ଡ଼ିଗ୍ରୀ ତାପମାତ୍ରା ଥିଲା ।

ଏତେ ଖରାରେ ଆସିଛି ଆଶ୍ୱସ୍ତିର ଖବର । ଆସନ୍ତାକାଲିଠାରୁ ତାତିରୁ ମିଳିବ ସାମାନ୍ୟ ମୁକ୍ତି । ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଆସନ୍ତାକାଲି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୧୬ ତାରିଖ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୧୭ ତାରିଖ ବାଲେଶ୍ୱର, ଭଦ୍ରକ, ଜାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନଗୁଳ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ରାୟଗଡା, କନ୍ଧମାଳ ଜିଲ୍ଲାରେ ଘଡଘଡି,ବିଜୁଳି ସହ ବର୍ଷା ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନଗୁଳ, ସୋନପୁର ଏବଂ ବୌଦ୍ଧର ଗୋଟିଏ ବା ୨ଟି ସ୍ଥାନରେ ହିଟୱେଭ ପାଇଁ ସତର୍କ ସୂଚନା ରହିଛି ।

Comments are closed, but trackbacks and pingbacks are open.