ସୋମବାର ଖୋଲିବ ସମସ୍ତ ସ୍କୁଲ ; ବଦଳିଲା ସମୟ

29

ରାଜ୍ୟରେ ସୋମବାର ଖୋଲିବ ସମସ୍ତ ସ୍କୁଲ । ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିବ । ସକାଳ ୬.୩୦ ରୁ ଦିନ ୧୧ ଟା ପର୍ଯ୍ୟନ୍ତ ଚାଲିବ ପାଠପଢା । ଏହା ସହିତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ବିଦ୍ୟାଳୟର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିପାରିବେ ।

ଏହା ପୂର୍ବରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ରାଜ୍ୟ ସରକାର ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍ରୁଲ ଛୁଟି ଘୋଷଣା କରିଥିଲେ ।

ବିଦ୍ୟାଳୟଗୁଡିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଦ୍ୟାଳୟ ଯତ୍ନବାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି ।

Comments are closed, but trackbacks and pingbacks are open.