ରାଜଧାନୀର ଦିଲ୍ଲୀରେ ଖୋଲିଲା ସମସ୍ତ ସ୍କୁଲ

19

କରୋନା ଯୋଗୁଁ ଦେଶରେ ପ୍ରାୟ ସମସ୍ତଶିକ୍ଷା ଅନୁଷ୍ଠାନ ବନ୍ଦ ରଖାଯାଇ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଥିଲା I ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ତଥା ଦେଶରେ କରୋନା ମହାମାରୀର ପ୍ରାଦୁର୍ଭାବ କମି ଯାଇଛି I ତେଣୁ ଆଜି ରାଜଧାନୀ ଦିଲ୍ଲୀରେ ପାଖାପାଖି ଦେଢ଼ ବର୍ଷ ପରେ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲି ଯାଇଛି । ଆଜିଠାରୁ ଆରମ୍ଭ ହୋଇଛି ଶ୍ରେଣୀଗୃହରେ ପାଠପଢ଼ା। ସମସ୍ତ ସ୍କୁଲ ଖୋଲିଥିବା ବେଳେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ କିଛି ସ୍କୁଲ ବୁଲି ଟିକନିଖ୍ ଅନୁଧ୍ୟାନ କରିଛନ୍ତି।
ଏହି ଅବସରରେ ଶିଶୋଦିଆ କହିଛନ୍ତି, ନର୍ସରୀରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ କ୍ଲାସ କୋଭିଡ କଟକଣା ପାଳନ କରି ଖୋଲିଥିବାରୁ ଆମେ ଖୁସି ଅଛୁ। ସମସ୍ତ ସ୍କୁଲର ମୁଖ୍ୟଙ୍କୁ କୋଭିଡ କଟକଣା ପାଳନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି। ଯେପରି ୫୦ ପ୍ରତିଶତରୁ ଅଧିକ ପିଲା କ୍ଲାସରେ ଉପସ୍ଥିତ ନ ରହିବେ ସେନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି। ଏହାସହ ସ୍କୁଲର ଲାଇବ୍ରେରୀ, କ୍ଲାସ ରୁମ, ଲାବରେ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ଜାନୁଆରୀ ୨୦୨୧ରେ ନବମ ଏବଂ ଯୁକ୍ତ୨ ପିଲାଙ୍କ ପାଇଁ କିଛି ସ୍କୁଲ ଖୋଲଯାଇଥିଲା।
ସୂଚନା ମୁତାବକ, କମୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ୨୭ ତାରିଖରେ ଦିଲ୍ଲୀରେ ସମସ୍ତ ସ୍କୁଲ ଖୋଲିବା ପାଇଁ ମନୀଷ ଶିଶୋଦିଆ ଘୋଷଣା କରିଥିଲେ। ତେବେ କରୋନା ଗାଇଡଲାଇନ୍‌କୁ ପାଳନ କରି ଏହି ସମସ୍ତ ସ୍କୁଲ ଖୋଲା ଯାଇଛି। ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ଦୁଇଟି ମୋଡ୍‌ରେ ପାଠ ପଢ଼ା ହେବ।ସକାଳ ଏବଂ ମଧ୍ୟାହ୍ନ ସିଫ୍ଟରେ ପିଲାଙ୍କ ପାଠ ପଢ଼ା ହେବ। ଏହି ଦୁଇଟି ସିଫ୍ଟ ମଧ୍ୟରେ ଅତି କମ୍‌ରେ ଏକ ଘଣ୍ଟାର ଗ୍ୟାପ୍‌ ରହିବା ଜରୁରୀ।ଅଭିଭାବକଙ୍କ ମଞ୍ଜୁରୀ ମିଳିବା ପରେ ହିଁ ପିଲାଙ୍କୁ ସ୍କୁଲକୁ ଡକାଯିବ ବୋଲି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ପିଲାଙ୍କୁ ସ୍କୁଲକୁ ପଠାଇବା ପାଇଁ ଅଭିଭାବକଙ୍କୁ ବାଧ୍ୟ କରାଯିବ ନାହିଁ ମନୀଷ ଶିଶୋଦିଆ କହିଛନ୍ତି ।

Leave A Reply

Your email address will not be published.