ଯାଞ୍ଚ କରାଯିବ ଘରୋଇ ବଜାରରେ ବିକ୍ରି ହେଉଥିବା ସମସ୍ତ ପଦାର୍ଥ; ଏଫଏସଏସଏଆଇ

268

ନୂଆଦିଲ୍ଲୀ: ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ବ୍ୟାନ୍ ହେବା ପରେ ଘରୋଇ ବଜାରରେ ବିକ୍ରି ହେଉଥିବା ଚାଉଳ , ଦୁଗ୍ଧଜାତ ଦ୍ରବ୍ୟ ଏବଂ ମସଲା  ଆଦି ସାମଗ୍ରୀର ନମୁନା ପରୀକ୍ଷା କରାଯିବ । ଏଭଳି କିଛି କଡା ନିୟମ ଜାରି କରିଛି ଏଫଏସଏସଏଆଇ। ଏପରିକି ଫଳ, ପନିପରିବା ଏବଂ ମାଛ, ମାଂସର ନମୁନା ମଧ୍ୟ ଯାଞ୍ଚ କରାଯିବ । ସୂଚନାଯୋଗ୍ୟ, ନିକଟ ଅତୀତରେ ଭାରତୀୟ ମସଲା ଏମଡିଏଚ୍ ଓ ଏଭରେଷ୍ଟ ବିଦେଶୀ ବଜାରରେ ବ୍ୟାନ ହେବା ପରେ ଉକ୍ତ ବ୍ରାଣ୍ଡ ସହିତ ଅନ୍ୟ ମସଲା ବ୍ରାଣ୍ଡର ନମୁନା ସଂଗ୍ରହ କରି ଏହାର ଯାଞ୍ଚ ଆରମ୍ଭ କରିଛି ଏଫଏସଏସଏଆଇ ।

ସୂଚନା ଅନୁସାରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ, ମସଲା, ଜଡିବୁଟି ଏବଂ ଦୁଗ୍ଧଜାତୀୟ ଖାଦ୍ୟ ସାମଗ୍ରୀର ଯାଞ୍ଚ କରିବ। ସିଙ୍ଗାପୁର ଏବଂ ହଂଗକଙ୍ଗ ର ଗୁଣାବତ୍ତା ସମ୍ବନ୍ଧୀୟ ଚିନ୍ତାଧାରାକୁ ଦେଖି ଏଫଏସଏସଏଆଇ ପୂର୍ବରୁ ହିଁ ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ସମେତ ସମସ୍ତ ବ୍ରାଣ୍ଡରୁ ମସଲାର ନମୁନା ନେଉଛି। ସମସ୍ତ ମସଲାର ନମୁନାଗୁଡିକ ଏଫଏସଏସଏଆଇର ମାନଦଣ୍ଡକୁ ପୂରଣ କରୁଛି କି ନାହିଁ , ତାହା ସଂପୂର୍ଣ୍ଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଗତ ସପ୍ତାହରେ, ଏଫଏସଏସଏଆଇ କହିଥିଲେ ଯେ ନେସଲର ସେରେଲାକ୍ସର ନମୁନା ସଂଗ୍ରହ ପ୍ରକ୍ରିୟାରେ ଅଛି ।  ଉତ୍ପାଦରେ କମ୍ପାନୀ ଅତ୍ୟଧିକ ଚିନି ବ୍ୟବହାର କରୁଥିବା ଦାବି ହେଉଛି।

ତେବେ ମିଳିଥିବା ସୂଚନା ଅନୁସାରେ ୨୦୨୦-୨୧ରେ ୧ ଲକ୍ଷ ୭ ହଜାର ୮୨୯ ନମୁନା ପରୀକ୍ଷା ହୋଇଥିବାବେଳେ ୨୦୨୩-୨୪ ମଧ୍ୟରେ ୪ ଲକ୍ଷ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି। ଏହି ଆଧାରରେ, ବିଗତ କିଛି ବର୍ଷ ମଧ୍ୟରେ ୪,୫୧,୨୯୬ ନମୁନା ସଂଗ୍ରହ କରାଯାଇଛି ।

Comments are closed, but trackbacks and pingbacks are open.