ସରିଲା ସର୍ବଦଳୀୟ ବୈଠକ : ନିର୍ଵାଚନ ସପକ୍ଷରେ ଶାସକ ବିପକ୍ଷରେ ବିରୋଧୀ

0 15

ରାଜ୍ୟରେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ନେଇ ଆଜି ବସିଥିଲା ସର୍ବଦଳୀୟ ବୈଠକ । ବୈଠକ ପରେ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିଛନ୍ତି । ରାଜ୍ୟରେ କୋଭିଡ ସ୍ଥିତିରେ ନିର୍ବାଚନ କରାଯିବ କି ନାହିଁ ସେ ବିଷୟରେ ଆଲୋଚନା କରାଯିବ । ଜାତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟର ନିର୍ବାଚନ ପାଇଁ ଯେଉଁ ଗାଇଡ଼ ଲାଇନ ଆଣିଛନ୍ତି । ସେହି ଗାଇଡ଼ ଲାଇନକୁ ଅନୁକରଣ କରି ରାଜ୍ୟ ନିର୍ବାଚନ କମିଶନ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ନେଇ ଗାଇଡ଼ଲାଇନ ପ୍ରକାଶ କରିବାକୁ ଯାଉଛନ୍ତି । ତେବେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ର ସ୍ଥିତି ଏବଂ ପଛୁଆ ବର୍ଗଙ୍କ ସଂରକ୍ଷଣ ଠିକ ଭାବରେ ହୋଇ ନ ଥିବା ନେଇ ବିରୋଧୀ ବିଜେପି ଦଳ ପକ୍ଷରୁ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଦାବି ଉଠାଇଥିବା ବେଳେ ବିଜେଡି କିନ୍ତୁ ନିର୍ବାଚନ ହେବା ନେଇ ଦାବି କରିଛି । ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଥିବାରୁ ତୁରନ୍ତ ନିର୍ବାଚନ କରିବାକୁ ଦାବି କରୁଛୁ । କୋଭିଡ୍ ଗାଇଡଲାଇନ୍ ଭିତରେ କିପରି ନିର୍ବାଚନ ହେବ ତାକୁ ଆମେ ସମ୍ପୁର୍ଣ୍ଣ ସହଯୋଗ କରିବୁ I
ବିରୋଧୀ କିନ୍ତୁ କରୋନା ଓ ଓବିସି ସଂରକ୍ଷଣ ପ୍ରସଙ୍ଗ ଉଠାଇ ନିର୍ବାଚନକୁ ୩ ମାସ ଘୁଞ୍ଚାଇବାକୁ ଦାବି କରିଛନ୍ତି । ଓବିସିଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗ ଉଠାଇ ଯେ ଯାଏଁ ସମସ୍ୟାର ସମାଧାନ ନ ହୋଇଛି ନିର୍ବାଚନକୁ ସ୍ଥଗିତ ରଖିବାକୁ ବିଜେପି ଦାବି କରିଛି । ଦଳ କହିଛି, ପେସା ଆଇନ ଲାଗୁ ହେଉଥିବା ଜିଲ୍ଲାରେ ମଧ୍ୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନି । ଭୋଟର ତାଲିକାରେ ତ୍ରୁଟି ରହିଛି ଏଭଳି ୮ ଟି ଦାବି ଉପସ୍ଥପାନ କରିଛି ଦଳ । କଂଗ୍ରେସ ମଧ୍ୟ ନିର୍ବାଚନକୁ ୩ ମାସ ଲାଗି ଘୁଞ୍ଚାଇବାକୁ ପ୍ରସ୍ତାବ ଦେଇଛି । ପଛୁଆବର୍ଗକୁ ସଂରକ୍ଷଣ ନ ଦେବା ଓ ବିଭିନ୍ନ ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ ଲାଗି ସଂରକ୍ଷଣ ଠିକ ଭାବେ ଦିଆଯାଇନଥିବାରୁ ନିର୍ବାଚନକୁ ଘୁଞ୍ଚାଇବାକୁ ଦାବି କରିଛି । ତେବେ ତୁରନ୍ତ ନିର୍ବାଚନ କରିବାକୁ ଦାବି କରିଛି ବିଜେଡି । କୋଭିଡ ଗାଇଡ ଲାଇନରେ ନିର୍ବାଚନ କିଭଳି ହେବ ତାଙ୍କୁ ଆମେ ସହଯୋଗ କରିବାକୁ ବୋଲି କହିଛି ବିଜେଡି ।

Leave A Reply

Your email address will not be published.