ବିଧାନସଭା ପୂର୍ବରୁ ବସିଲା ସର୍ବଦଳୀୟ ବୈଠକରେ : ୧ରୁ ୩୧ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ, ଦିନକୁ ୫ ଘଣ୍ଟା ଚାଲିବ ଗୃହ କାର୍ଯ୍ୟ

14

ଡିସେମ୍ବର ୧ ରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ବିଧାନସଭା ଅଧିବେଶନ ପୂର୍ବ ରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଧିବେଶନ ୨୬ ଦିନ ଯାଏଁ ଚାଲିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

ବାଚସ୍ପତି ଆହୁରୀ ମଧ୍ୟ କରିଛନ୍ତି ଯେ, ବିଧାନସଭା ଆସନ୍ତା ଡିସେମ୍ବର୧ ରୁ ୩୧ ପର୍ଯ୍ୟନ୍ତ ଚାଲିବ । ମୋଟ ୨୬ ଦିନ ଚାଲିବ ଚଳିତ ଅଧିବେଶନ । ବିଧାନସଭା ୧୦.୩୦ ରୁ ଆରମ୍ଭ ହୋଇ ୧.୩୦ ପର୍ଯ୍ୟନ୍ତ ଚାଲିବ । ଏହାପରେ ଅପରାହ୍ନ ୪ ଟାରୁ ୬ଟା ଚାଲିବ । ଅର୍ଥାତ ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା । ପ୍ରଥମ ଦିନ ବିଧାନସଭା ୧୧ ଟାରେ ଆରମ୍ଭ ହେବ । ସଂଧ୍ୟା ୫ ଟା ବେଳେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟ ଆଲୋଚନା ହେବ । ବିରୋଧୀଙ୍କୁ ୫୫ ମିନିଟ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳକୁ ୩୫ ମିନିଟ ରହିବ । ସପ୍ତାହକ ୬ ଦିନ ଭିତରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ୪ ଦିନ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତାଵ ଦେଇ ପାରିବେ

ସେହିପରି ପୂର୍ବ ପରି ବିଧାନସଭା ଏଥର ମଧ୍ୟ କୋଭିଡ ଗାଇଡ଼ ଲାଇନ ଚାଲିବ । ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟଗୋଳ ନକରିବା ପାଇଁ ଥିବା ପ୍ରସ୍ତାଵକୁ ସମସ୍ତଙ୍କୁ ଅବଗତ କରାଯାଇଛି । ସେମାନେ ଶୁଣିଲେ ଆଇନରେ ଯାହା ଥିବ ସେହି ବାଟରେ ଯିବ । ଏହାକୁ ମାନିବା କି ନ ମାନିବା ଜଣେ ବିଧାୟକଙ୍କ ଆଚରଣ ଉପରେ ନିର୍ଭର କରେ । ଯଦି କେହି ନିୟମ ନମାନନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ ।
ତେବେ ଆଜିର ଏହି ସର୍ବଦଳୀୟ ବୈଠକକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ବର୍ଜ୍ଜନ କରିଥିଲେ । ବୈଠକ ଆରମ୍ଭରୁ ଉଠିଯାଇଥିଲେ ବିଷ୍ଣୁ ସେଠୀ । ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତା’ର ହକ୍ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ବିଷ୍ଣୁ ସେଠୀ ।

Leave A Reply

Your email address will not be published.