ଅଲ୍‌-ଫଲାହ ୟୁନିଭର୍ସିଟିରେ ଇଡିର ରେଡ୍‌:ପ୍ରତିଷ୍ଠାତା ଗିରଫ

85

ନୂଆଦିଲ୍ଲୀ: ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଯେତିକି ଆଗକୁ ବଢ଼ୁଛି ସେତିକି ନୂଆ କଥା ସାମ୍ନାକୁ ଆସୁଛି । ବିସ୍ପୋରଣ ଯୋଜନା ପ୍ରାୟ ୩ ବର୍ଷ ହେବ ଚାଲିଥିଲା । ଆତ୍ମଘାତୀ ବିସ୍ଫୋରଣ ଘଟଣାଇଥିବା ଆତଙ୍କୀ ଇମର ନବିର ସହଯୋଗୀକୁ ପଚାଉଚରା ବେଳେ ଏହି ଖୁଲାସା ହୋଇଛି । ଏହା ସହିତ ବ୍ଲାଷ୍ଟରେ ଲିଙ୍କ ଥିବା ଅଲ୍ ଫଲାହ ୟୁନିଭର୍ସିଟି ବିରୋଧରେ ବଡ଼ ଆକ୍ସନ ନିଆଯାଇଛି । ଓଖଲା-ଜାମିଆ ନଗର ସମେତ ୨୫ ଠିକଣାରେ ଚଢାଉ ହୋଇଛି । ଆର୍ଥିକ ଅନିମିତତା ଅଭିଯୋଗରେ ଚଢାଉ ହୋଇଛି । ଦିଲ୍ଲୀର ଓଖଲା ଏବଂ ଜାମିଆ ନଗର ସମେତ ୨୫ଟି ସ୍ଥାନରେ ଚଢାଉ କରାଯାଇଛି । ଇଡି ସକାଳ ୫ଟାରୁ ଆଲ-ଫଲାହ ବିଶ୍ୱବିଦ୍ୟାଳୟ ପରିସରରେ, ଏହାର ଟ୍ରଷ୍ଟି ଏବଂ ସେମାନଙ୍କ ସହିତ ଜଡିତ ବ୍ୟକ୍ତି/ପ୍ରତିଷ୍ଠାଗୁଡ଼ିକରେ ତଲାସ ଚଳାଇଛି । ପୂର୍ବରୁ, ଦିଲ୍ଲୀ ପୁଲିସ ଜାଲିଆତି ଏବଂ ଠକେଇ ପାଇଁ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଦାୟର ଦୁଇଟି ମାମଲା ସହିତ ଜଡିତ ଅଲ୍ ଫଲାହର ଅଧ୍ୟକ୍ଷଙ୍କୁ ୨ଟି ସମନ ଜାରି କରିଥିଲା। ଚଢ଼ାଉ ପରେ ଅଲ୍ ଫଲାହ ୟୁନିଭର୍ସିଟିର ପ୍ରତିଷ୍ଠାତା ଙ୍କୁ ଗିରଫ କରିଛି ଇଡି l ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ଗିରଫଦାରୀ ସମ୍ପର୍କରେ, ଇଡି କହିଛି ଯେ ଜାଭେଦ ଅହମ୍ମଦ ସିଦ୍ଦିକି ପ୍ରକୃତରେ ଟ୍ରଷ୍ଟ ଏବଂ ଏହାର ଆର୍ଥିକ କାବବାର ନିୟନ୍ତ୍ରଣ କରନ୍ତି। ମିଳିଥିବା ପ୍ରମାଣରୁ ଜଣା ପଡ଼ୁଛି ଯେ ସେ ବିଭିନ୍ନ ଉପାୟରେ ଅପରାଧିକ ଆୟକୁ ଲୁଚାଇଥିଲେ ଏବଂ ଅନ୍ୟତ୍ର ଟ୍ରାନ୍ସଫର କରୁଥିଲେ। ଏହି ପ୍ରମାଣକୁ ଆଧାର କରି, ଆଇନଗତ ପ୍ରକ୍ରିୟା ପୂରା ହେବା ପରେ ତାଙ୍କୁ ଗିରଫ କରାଯାଇଛି।

Comments are closed, but trackbacks and pingbacks are open.