ଖାଦ୍ୟ ଗ୍ରହଣର ଗୁରୁତ୍ୱ ବୁଝାଇବ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର, ୬ ତାରିଖରେ ଆୟୋଜନ କରିବ ଫୁଡ୍‌ ଫେଷ୍ଟିଭାଲ୍‌

31

ସାରା ବିଶ୍ୱରେ ମଣିଷର ଜୀବନଶୈଳୀ ବେଶ ଦୃତ ଗତିରେ ଧାବମାନ ହେଉଥିବା ବେଳେ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାରୁ ଅଧିକାଂଶ ଲୋକ ବଞ୍ଚିତ ହେଉଛନ୍ତି । ଏପରିକି ପ୍ରତ୍ୟେକ ଦିନ ଖାଦ୍ୟରେ ଯେଉଁ ପରିମାଣର ପୁଷ୍ଟିଯୁକ୍ତ ଖାଦ୍ୟ ରହିବା ଉଚିତ୍‌ ତାହା ସମ୍ଭବ ହେଉ ନାହିଁ । କ’ଣ ଖାଦ୍ୟ ଗ୍ରହଣ କରୁଛନ୍ତି ତାହା ଭାବିବାକୁ ମଧ୍ୟ ମଣିଷ ପାଖରେ ସମୟ ନାହିଁ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣର ଗୁରୁତ୍ୱକୁ ପ୍ରାଧାନ୍ୟ ଦେଇ ଏ ଦିଗରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ପକ୍ଷରୁ ଏପ୍ରିଲ୍‌ ୬ ତାରିଖ ବୁଧବାର ଦିନ ଏକ ଫୁଡ୍‌
ଫେଷ୍ଟିଭାଲ୍‌ ଆୟୋଜନ କରାଯାଇଛି । ଖାଦ୍ୟ ହୃଦୟ, ଶରୀର ଏବଂ ଆତ୍ମାକୁ ଆନନ୍ଦ ଦେବା ସହ ପୋଷଣ ମଧ୍ୟ ଦେଇଥାଏ । ତେଣୁ ଏପ୍ରିଲ୍‌ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପୂର୍ବଦିନ ଲୋକମାନଙ୍କ ମଧ୍ୟରେ ପାରମ୍ପରିକ ପୁଷ୍ଟିଯୁକ୍ତ ଖାଦ୍ୟ ବିଷୟରେ ସଚେତନ କରାଇବା ନିମନ୍ତେ ଏକ ଫୁଡ୍‌ ଫେଷ୍ଟିଭାଲ୍‌ର ଆୟୋଜନ କରିଛୁ ।

ବିଶେଷ କରି ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିର ମାତ୍ରା ସମ୍ପର୍କରେ ଅବଗତ କରାଇବା ଆମର ଉଦ୍ଦେଶ୍ୟ ବୋଲି ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି । ଏହି ୧୨ ଘଂଟିଆ ଫୁଡ୍‌ ଫେଷ୍ଟିଭାଲ୍‌ ସକାଳ ୯ ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସ୍ୱାଦ ସହ ପୋଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଡକ୍ଟର ଦାଶ କହିଛନ୍ତି । ଏହି ଫୁଡ୍‌ ଫେଷ୍ଟିଭାଲ୍‌ରେ ୯ଟି ସ୍ୱତନ୍ତ୍ର କାଉଂଟର୍‌ ରଖାଯାଇଛି । ଯେଉଁଠାରେ ବିଭିନ୍ନ ପ୍ରକାରର ବିରିୟାନୀ, ଘିଅ ଭାତ ସହ ଚିକେନ୍‌ କିମ୍ବା ମଟନ୍‌ ତରକାରୀ, ପାରମ୍ପରିକ ପଖାଳ ସହିତ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ, ବେକ୍‌ଡ ଖାଦ୍ୟ, ତନ୍ଦୁରୀ, ରୋଲ୍‌, ପରଟା ଏବଂ ବିଭିନ୍ନ ପ୍ରକାରର ସ୍ନାକ୍ସ ଯଥା ଦୋସା, ଦହିବରା ଓ ଚାଟ୍‌ ଇତ୍ୟାଦି ମେନୁରେ ସାମିଲ୍‌ ଅଛି । ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର କାଉଂଟରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ପାନୀୟ ଯେପରିକି ବେଲପଣା, ଆମ୍ବପଣା, ଲସି, ଫ୍ରୁଟ୍‌ ସେକ୍‌, ଲେମ୍ବୁପାଣି, ଫ୍ରେଶ୍‌ ଫ୍ରୁଟ୍‌ ଜୁସ୍‌ ଏବଂ ବଟର୍‌ ମିଲ୍କ ପ୍ରଭୃତି ସାମିଲ୍‌ ଅଛି ।

Comments are closed, but trackbacks and pingbacks are open.