କର୍ଣ୍ଣାଟକରେ ସମସ୍ତ ୯ ମନ୍ତ୍ରୀ କୋଟିପତି, ସମସ୍ତଙ୍କ ବିରୋଧରେ ଅପରାଧିକ ମାମଲା

21

୨୦୨୩ କର୍ଣ୍ଣାଟକ କ୍ୟାବିନେଟରେ ସମସ୍ତ ୯ ଜଣ ମନ୍ତ୍ରୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସମସ୍ତ ୯ ଜଣ ମନ୍ତ୍ରୀ କୋଟିପତି। ଏଡିଆର ରିପୋର୍ଟ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ୟାବିନେଟ୍‌ରେ ସବୁଠାରୁ ଧନୀ ମନ୍ତ୍ରୀ। ଅନ୍ୟପକ୍ଷେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେଙ୍କର ସବୁଠାରୁ କମ୍‌ ସମ୍ପତ୍ତି। ୯ ମନ୍ତ୍ରୀଙ୍କର ହାରାହାରି ସମ୍ପତ୍ତି ହେଉଛି ୨୨୯.୨୭ କୋଟି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କର ସର୍ବାଧିକ ୧୪୧୩.୮୦ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ପ୍ରିୟଙ୍କ ଖଡ଼ଗେଙ୍କର ସବୁଠୁ କମ୍‌ ସମ୍ପତ୍ତି (୧୬.୮୩ କୋଟି) ଅଛି।

ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକ କ୍ୟାବିନେଟ୍‌ର ୩ ଜଣ ମନ୍ତ୍ରୀ ତଥା ୩୩ ପ୍ରତିଶତ ମନ୍ତ୍ରୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମରୁ ଦ୍ବାଦଶ ପାସ୍‌ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ୬ ଜଣ ମନ୍ତ୍ରୀ ତଥା ୬୭ ପ୍ରତିଶତ ମନ୍ତ୍ରୀ ନିଜକୁ ଗ୍ରାଜୁଏଟ୍‌ ବୋଲି ଘୋଷଣା କରିଛନ୍ତି। ୫ ଜଣ ମନ୍ତ୍ରୀ ସେମାନଙ୍କ ବୟସ ୪୧ରୁ ୬୦ ବର୍ଷ ମଧ୍ୟରେ ଘୋଷଣା କରିଥିବାବେଳେ ୪ ଜଣ ମନ୍ତ୍ରୀ ସେମାନଙ୍କ ବୟସ ୬୧ରୁ ୮୦ ବର୍ଷ ମଧ୍ୟରେ ବୋଲି ଘୋଷଣା କରିଛନ୍ତି।

Comments are closed, but trackbacks and pingbacks are open.