ମଦ୍ୟପ ବାପାର ନୃଶଂସ କାଣ୍ଡ: ୩ ପିଲାଙ୍କୁ କୂଅରେ ପକାଇ ହତ୍ୟା କରି ଫେରାର

22

୩ ପିଲାଙ୍କୁ କୂଅରେ ପକାଇ ମାରିଦେଲା ମଦ୍ୟପ ବାପା । ଏହି ହୃଦୟକ ବିଦାରକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କୁଲା ଗାଁରେ।
ଘଟନାନୁସାରେ ମଦ୍ୟପ ବାପା ପାଣ୍ଡୁ ମୁଣ୍ଡା ପ୍ରତିଦିନ ନିଶା ସେବନ କରି ସ୍ତ୍ରୀ ସହିତ ଝଗଡ଼ା ଲାଗିଥାଏ I ପ୍ରତିଦିନ ଘରେ ମଧ୍ୟରେ ଅଶାନ୍ତିର ବାତାବରଣ ରହିଥିଲା । ଘଟଣା ଦିନ ମଧ୍ୟ ପାଣ୍ଡୁ ମଦ ପିଇ ଆସି ସ୍ତ୍ରୀଙ୍କ ସହିତ ଝଗଡ଼ା କରି ମାରପିଟ ମଧ୍ୟ କରିଥିଲା I ଏହା ପରେ ସ୍ତ୍ରୀ କୁ ଘର ଭିତରେ ବନ୍ଦ କରି ୩ ପିଲାଙ୍କୁ ନେଇ ଘରୁ ବାହାରି ଯାଇ କୂଅରେ ଫୋପାଡ଼ି ଦେଇଥିଲା I ମୃତ ତିନି ଶିଶୁଙ୍କ ବୟସ ଯଥାକ୍ରମେ ୫ ବର୍ଷ, ୨ ବର୍ଷ ଓ ୨ ମାସ। ପୁଲିସ୍ ଓ ଅଗ୍ନିଶମ ବାହିନୀ ଆସି କୂଅରୁ ତିନି ଶିଶୁଙ୍କ ମୃତଦେହକୁ ବାହାର କରିଥିଲେ। ପୁଲିସ୍ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଏଭଳି ଅମାନୁଷିକ ଘଟଣା ଭିଆଇବା ପରେ ମଦ୍ୟପ ବାପା ପାଣ୍ଡୁ ଘଟଣାସ୍ଥଳରୁ ଫେରାର ମାରିଛି ।

Comments are closed, but trackbacks and pingbacks are open.