କରୋନାରେ ଆକ୍ରାନ୍ତ ହେଲେ ଅକ୍ଷୟ କୁମାର, ଅନନ୍ତ-ରାଧିକାଙ୍କ ବିବାହରେ ହୋଇ ପାରିବେ ନାହିଁ ସାମିଲ

1,693

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଆଜି ରାଧିକା ମର୍ଚେଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଦମ୍ପତିଙ୍କ ଏହି ରାଜକୀୟ ବିବାହରେ ଦେଶ ତଥା ବିଦେଶର ସମସ୍ତ ବଡ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି। ଦକ୍ଷିଣରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତ ସେଲିବ୍ରେଟଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ବଲିଉଡର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାର ଅନନ୍ତ-ରାଧିକାଙ୍କ ଏହି ବିବାହରେ ଯୋଗଦେବେ ନାହିଁ। ଆସନ୍ତୁ ଜାଣିବା ଏହାର କାରଣ କ’ଣ? ସୂଚନା ଅନୁଯାୟୀ ଅକ୍ଷୟ କୁମାର ଜଣେ ବଲିଉଡ ସୁପରଷ୍ଟାର, ଗତ କିଛି ସପ୍ତାହ ଧରି ସେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସରଫିରା’ର ପ୍ରମୋସନରେ ବ୍ୟସ୍ତ ଥିଲେ। ଏହି ଚଳଚ୍ଚିତ୍ର ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏସବୁ ମଧ୍ୟରେ ସେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚେଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେବେ ବୋଲି ଆଶା କରାଯାଉଥିଲା। ବର ଅନନ୍ତ ନିଜେ ତାଙ୍କୁ ନିମନ୍ତ୍ରଣ କରିବାକୁ ଅଭିନେତାଙ୍କ ଘରକୁ ଯାଇଥିଲେ। କିନ୍ତୁ ଖବର ଆସୁଛି ଯେ, ଅକ୍ଷୟ ସରଫିରା ପ୍ରମୋସନର ଶେଷ ପର୍ଯ୍ୟାୟରେ ଏହି ବିବାହ ଉତ୍ସବରେ ଅଂଶଗ୍ରହଣ କରିବେ ନାହିଁ। କାରଣ ଅକ୍ଷୟ କୁମାର କୋଭିଡ୍ -୧୯ ରେ ଆକ୍ରାନ୍ତ ହୋଇଛନ୍ତି। କରୋନା କାରଣରୁ ଅକ୍ଷୟ କୁମାର ଆଉ ଅନନ୍ତ-ରାଧିକାଙ୍କ ବିବାହରେ ଯୋଗଦେବେ ନାହିଁ।

Comments are closed, but trackbacks and pingbacks are open.