ଅଖିଲେଶ ହେବେ ପ୍ରଧାନମନ୍ତ୍ରୀ !

19

୨୪ ରେ ଅଖିଲେଶଙ୍କ ଖେଳିବେ ମାଷ୍ଟର ଷ୍ଟୋକ୍ ! ପ୍ରଧାନମନ୍ତ୍ରୀ ହେବେ ଅଖିଲେଶ ! ମୋଦୀ ଅଖିଲେଶ ହେବେ ମୁହାଁମୁହିଁ ! ୨୪ ପାଇଁ ଚାଲିଛି ସମସ୍ତ ଦଳଙ୍କ ମଧ୍ୟରେ କସରତ ।ଭାଜପା ମୁକ୍ତ ଭାରତ କରିବାକୁ ଅଖିଲେଶ ତିଆରି କରିଛନ୍ତି ମାଷ୍ଟର ପ୍ଲାନ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୨୦୨୪ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ମୋଦି ସରକାରଙ୍କୁ ରୋକିବା ପାଇଁ ସେ ଭାଜପା ବିରୋଧୀ ଦଳକୁ ଏକାଠି କରିବାରେ ଲାଗିଛନ୍ତି । ଏବେ ଚର୍ଚ୍ଚା ହେଉଛି ଅଖିଳେଶ ତୃତୀୟ ମୋର୍ଚ୍ଚାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । ଏନେଇ ଅଖିଳେଶ କହିଛନ୍ତି, ମୁଁ ତୃତୀୟ ସାମ୍ମୁଖ୍ୟର ଚେହେରା ହେବି ନାହିଁ । ଆମର ପ୍ରୟାସ ହେଉଛି ୨୦୨୪ରେ କେନ୍ଦ୍ରକୁ ଭାଜପା କିପରି କ୍ଷମତାକୁ ଆସିବ ନାହିଁ ।

ଆମେ ପ୍ରଥମେ ୟୁପିରେ ଭାଜପାକୁ ହଟାଇବାକୁ ଚେଷ୍ଟା କରିବେ । ନିକଟରେ ଅଖିଳେଶ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏବଂ ଜେଡିଏସ୍ ନେତା ଏଚ୍‌ଡି କୁମାରସ୍ୱାମୀଙ୍କୁ ଭେଟିଥିଲେ । ତେବେ ଆଗାମୀ ଦିନରେ ଅଖିଲେଶଙ୍କ ଭାଜପା ମୁକ୍ତ ଭାରତ ସ୍ୱପ୍ନ କେତେ ସତ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.