ଖସିଲା ପ୍ଲାଷ୍ଟର ଖଣ୍ଡ, ଅଳ୍ପକେ ବର୍ତ୍ତିଗଲେ ସେବାୟତ…

95

ଆରଡି ଆଖଣ୍ଡଳମଣିଙ୍କ ରୋଷଶାଳ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସିବାରୁ ,ଅଳ୍ପକେ ବର୍ତ୍ତିଗଲେ ରୋଷେୟାଙ୍କ ସହ ସେବାୟତ। ନୀତିଭୋଗ ରୋଷେଇରେ ବାଧାପ୍ରାପ୍ତ ହୋଇଛି। ବାବା ଆଖଣ୍ଡଳମଣିଙ୍କ ରୋଷଶାଳରେ ୧୦ରୁ ୧୨ ଜଣ ରୋଷେୟାଙ୍କ ସହ ସେବାକାରୀ ସକାଳ ନୀତିଭୋଗ ଓ ବଡଭୋଗ ପ୍ରସ୍ତୁତି କରୁଥିଲେ। ଏହି ସମୟରେ ହଠାତ ରୋଷଶାଳ ଛାତରୁ ଏକ ବଡ ପ୍ଳାଷ୍ଟର ଖଣ୍ଡ ଖସିଥିଲା। ଫଳରେ ରୋଷେୟାଙ୍କ ସହ ୧୦ ସେବାୟତ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନୀତିଭୋଗ ହଣ୍ଡା ଉପରେ ପ୍ଳାଷ୍ଟର ପଡିବାରୁ ବହୁ ନୀତିଭୋଗ ନଷ୍ଟ ହୋଇଯାଇଥିଲା। ଏହି କାରଣରୁ ସକାଳ ୯ଟାରେ ହେବାକୁ ଥିବା ପହଡଖିଆ ଅନ୍ନ ନୀତିଭୋଗ ୧ଘଣ୍ଟା ବିଳମ୍ବରେ ହୋଇଥିଲା। ରୋଷଶାଳା ଛାତ ବିପଦରେ ଥିଲେ ମଧ୍ୟ ମଧ୍ୟାହ୍ନ ଧୂପ ନୀତିଭୋଗ ପାଇଁ ମଧ୍ୟ ରୋଷେଇ କରୁଛନ୍ତି ସେବାୟତ।

Comments are closed, but trackbacks and pingbacks are open.