ନୂଆଦିଲ୍ଲ: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ମାମଲା ର ତଦନ୍ତ ପାଇଁ ମହାରାଷ୍ଟ୍ର ପୁଲିସ୍ ନିର୍ଦ୍ଦେଶ ଜାରି କରିଛି। ସ୍ଥାନୀୟ ପୁଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୯୪ ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ପଞ୍ଜିକୃତ କରି ଏହାକୁ CID କୁ ହସ୍ତାନ୍ତର କରିଛି। ଘଟଣା ଦିନ ପୱାରଙ୍କ ବ୍ୟକ୍ତିଗତ ବିମାନ ମୁମ୍ବଇରୁ ଉଡ଼ାଣ ଭରିଥିଲା। ବାରାମତୀରେ ଅବତରଣ ସମୟରେ ଏୟାରଷ୍ଟ୍ରିପର ଧାରରୁ ପ୍ରାୟ ୨୦୦ ମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଓ୍ବାରଙ୍କ ସମେତ ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ପୁଣେ ଗ୍ରାମୀଣ ପୋଲିସ ଏହି ମାମଲାରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ ପଞ୍ଜିକୃତ କରିଥିଲା। ତଦନ୍ତ ବର୍ତ୍ତମାନ CIDକୁ ହସ୍ତାନ୍ତର କରାଯାଇଛି। CID କର୍ମଚାରୀଙ୍କ ଏକ ଦଳ ତଦନ୍ତ କାମ ଆରମ୍ଭ କରିଛନ୍ତି l
Comments are closed, but trackbacks and pingbacks are open.