ଅନେକ ଘରୋଇ ବିମାନ ବାତିଲ:-

247

ଇଣ୍ଡିଗୋ ପକ୍ଷରୁ ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ଧର୍ମଶାଳା, ବିକାନେର ଓ ଯୋଧପୁରକୁ ବିମାନ ଉଡ଼ାଣ ବାତିଲ କରାଯାଇଛି। ଅପରେସନ୍ ସିନ୍ଦୂର ପରେ ଅନେକ ଘରୋଇ ବିମାନ ବାତିଲ କରାଯାଇଛି। ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟରୁ ଆସୁଥିବା ବିମାନକୁ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ବିମାନବନ୍ଦରଗୁଡ଼ିକୁ ବନ୍ଦ କରିବା ନେଇ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତି ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ଯାତ୍ରା ପାଇଁ ବୈଧ ଟିକେଟ ରଖିଥିବା ଗ୍ରାହକଙ୍କୁ ପୁନଃନିର୍ଦ୍ଧାରଣ ଶୁଳ୍କ ଉପରେ ଏକକାଳୀନ ଛାଡ଼ କିମ୍ବା ବାତିଲ ପାଇଁ ସମ୍ପୂର୍ଣ୍ଣ ରିଫଣ୍ଡ ପ୍ରଦାନ କରାଯିବ। ଏଥିସହ ବିମାନବନ୍ଦରକୁ ଯିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ବିମାନ ସ୍ଥିତି ସମ୍ପର୍କରେ ଅବଗତ ରହିବାକୁ ପରାମର୍ଶ ଦିଆଯାଇଛି।

Comments are closed, but trackbacks and pingbacks are open.