ଏୟାର୍ ଇଣ୍ଡିଆରେ ମର୍ଜ ହେବ ବିସ୍ତାରା ବ୍ରାଣ୍ଡ୍‌ !

26

ମୁମ୍ବାଇ: ଟାଟା ଗ୍ରୁପ୍ ଏୟାର୍ ଇଣ୍ଡିଆ ଅଧୀନରେ ନିଜର ଚାରି ଏୟାରଲାଇନ୍ସ ବ୍ରାଣ୍ଡ୍‌କୁ ମର୍ଜ ସହ ବିସ୍ତାରା ବ୍ରାଣ୍ଡ୍‌ର ଅନ୍ତ ଘଟାଇବା ଉପରେ ବିଚାର କରୁଛି । ଟଳମଳ ହେଉଥିବା ଏଭିଏସନ୍ ଏମ୍ପାୟର୍‌କୁ ପୁଣିଥରେ ଛିଡ଼ା କରିବା ଉଦ୍ୟମରେ ଗ୍ରୁପ୍ ଏହି ଅଭିଯାନ ଆରମ୍ଭ କରିଛି । ଘଟଣାକ୍ରମ ସହ ଜଡ଼ିତ ସୂତ୍ରରୁ ଏହି ସୂଚନା ମିଳିଛି । ବିସ୍ତାରା ଏୟାରଲାଇନ୍ସ ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସ (ଏସ୍‌ଆଇଏ)ର ଜଏଣ୍ଟ୍ ଭେଞ୍ଚର୍ । କମ୍ପାନୀ ଜଏଣ୍ଟ୍ ୟୁନିଟ୍‌ରେ ଅଂଶୀଦାର ଆକାରର ମୂଲ୍ୟୟାନ କରୁଛି । ସିଙ୍ଗାପୁର ଏୟାର୍‌ଲାଇନ୍ସ ଏକ ବୟାନରେ କହିଛି, ଏହାକୁ ନେଇ ଏସ୍‌ଆଇଏ ଏବଂ ଟାଟା ଗ୍ରୁପ୍ ମଧ୍ୟରେ ଆଲୋଚନା ଚାଲିଛି । ଏସ୍‌ଆଇଏ ଏବଂ ଟାଟା ବର୍ତ୍ତମାନର ପାର୍ଟନରଶିପ୍‌କୁ ଆହୁରି ମଜଭୁତ କରିବାକୁ ଚାହୁଁଛନ୍ତି । ଏଥିପାଇଁ ବିସ୍ତାରା ଏବଂ ଏୟାର ଇଣ୍ଡିଆର ମର୍ଜର୍ ମଧ୍ୟ କରାଯାଇପାରେ । ଏୟାର୍ ଇଣ୍ଡିଆର ନୂଆ ମାଲିକ ଟାଟା ଗ୍ରୁପ୍ କମ୍ପାନୀକୁ ପୁଣିଥରେ ଛିଡ଼ା କରିବା ପାଇଁ ପ୍ରସ୍ତୁତି ଚଳାଇଛି । ଏହି କ୍ରମରେ ଫୁଲ୍ ସର୍ଭିସ୍ କ୍ୟାରିୟର୍ ୩୦୦ରୁ ଅଧିକ ନାରୋ-ବଡି ଜେଟ୍ ପାଇଁ ଅର୍ଡର ଦେବାକୁ ଚିନ୍ତା କରୁଛି । ଏହା କମର୍ସିଆଲ୍ ଏଭିଏସନ୍ ଇତିହାସରେ ସବୁଠୁ ବଡ଼ ଅର୍ଡର୍ ମଧ୍ୟରୁ ଏକ ହେବ । ବୋଇଂ ଏବଂ ଏୟାରବସ୍ ପ୍ରଥମରୁ ହିଁ ଏହି ଅର୍ଡର୍‌ର ବଡ଼ ଅଂଶ ହାତେଇବା ପାଇଁ ଉଦ୍ୟମ ଚଳାଇଛନ୍ତି ।

Comments are closed, but trackbacks and pingbacks are open.