Air India କର୍ମଚାରୀ ଙ୍କ ନିକଟରୁ ୧.୪୧ କୋଟି ଟଙ୍କାର ସୁନା ଜବତ

119

ମୁମ୍ବାଇ ୧୪।୬: ମୁମ୍ବାଇ ବିମାନ ବନ୍ଦରରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ସଙ୍ଗଠିତ ରୂପେ ସୁନା ତସ୍କରୀ କରୁଥିବା ରାକେଟର ପର୍ଦ୍ଦାଫାସ କରିଛି। ମାମଲାରେ ଏଆର ଇଣ୍ଡିଆର ଜନୈକ ଚାଳକଦଳ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସ୍ୱତନ୍ତ୍ର ଗୁଇନ୍ଦା ସୂଚନା ଆଧାରରେ କରାଯାଇଛି। ଏଥିରେ ଆମେରିକାରୁ ଭାରତ ଆସୁଥିବା ବିମାନରେ ଚାଳକ ଦଳ ସଦସ୍ୟ ସୁନା ତସ୍କରୀ କରୁଥିବା ସୂଚନା ମିଳିଥିଲା।୧୩ ଜୁନ ବୁଧବାର ନ୍ୟୁୟର୍କରୁ ମୁମ୍ବାଇ ପହଞ୍ଚିଥିବା ଏଆଇ ଫ୍ଲାଇଟ୍ ସଂଖ୍ୟା ୧୧୬ର ଜଣେ ପୁରୁଷ କର୍ମଚାରୀଙ୍କୁ ଡିଆରଆଇ ଅଧିକାରୀ ଇଣ୍ଟରରେସେପ୍ଟ କରିଥିଲେ। ପ୍ରାରମ୍ଭିକ ଯାଞ୍ଚରେ ତାଙ୍କ ଠାରୁ କିଛି ଜବତ ହୋଇନଥିଲା। ତେବେ ପଚରା ଉଚରା କାଳରେ ଅଭିଯୁକ୍ତ ସୁନା ଇଟାଥିବା ପାଉଚକୁ କଳା ଡକ୍ଟ ଟେପରେ ଗୁଡାଇ ବ୍ୟାଗେଜ୍ ସର୍ଭିସ କ୍ଷେତ୍ରରେ ଲୁଚାଇ ଥିବାର ସ୍ୱୀକାର କରିଥିଲା। ସେ ପାଇଲଟଙ୍କ ବ୍ରେଥ ଆନାଲାଇଜର ଟେଷ୍ଟର ଠିକ୍ ପୂର୍ବରୁ ଏହାକୁ ଲୁଚାଇ ଦେଇଥିଲେ। ପରେ ଏହି ପାଉଚକୁ ବାହାର କରାଯିବାରେ ୧,୨୭୩ଗ୍ରାମ ସୁନା ମିଳିଛି।ଜବତ ସୁନାର ବଜାର ମୂଲ୍ୟ ପ୍ରାୟ ୧କୋଟି ୪୧ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଭିଯୁକ୍ତ ପୂର୍ବରୁ ମଧ୍ୟ ଏହିପରି ସୁନା ତସ୍କରୀ କରିଥିବାର ମାନିଛି। ପୋଲିସ ଏହି ତଦନ୍ତକୁ ଜାରି ରଖିଥିବା ବେଳେ ବିମାନ କର୍ମଚାରୀଙ୍କ ଦ୍ୱାରା ସୁନା ତସ୍କରୀ ରାକେଟର ମାଷ୍ଟର ମାଇଣ୍ଡକୁ ମଧ୍ୟ ଗିରଫ କରିଛି। ସେ ଦୀର୍ଘ ସମୟ ହେଲା ବିମାନ କର୍ମଚାରୀଙ୍କ ଦ୍ୱାରା ଏପରି ସୁନା ତସ୍କରୀ କରିଆସୁଥିଲା। ଦୁଇ ଅଭିଯୁକ୍ତଙ୍କୁ କଷ୍ଟମ ଆକ୍ଟ ୧୯୬୨ରେ ଗିରଫ କରାଯାଇଛି।

Comments are closed, but trackbacks and pingbacks are open.