ପୁରୀରେ ଲାଗିବ ଏଆଇ କ୍ୟାମେରା

84

ଭୁବନେଶ୍ବର: ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ରଥ କାଠ ମଧ୍ୟ ଆସି ପହଞ୍ଚିଲାଣି। ତେବେ ଏଥର ରଥଯାତ୍ରା ପାଇଁ ପୁରୀରେ ଏଆଇ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ଏ ନେଇ ପ୍ରକ୍ରିୟା  ଆରମ୍ଭ ହୋଇଥିବା କହିଛନ୍ତି ପୁରୀ ଏସ୍‌ପି। ଟ୍ରାଫିକ୍ ଏବଂ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ଏଆଇ କ୍ୟାମେରା ଲାଗିବ। ଏନଏଚ୍ ଏବଂ ବଡଦାଣ୍ଡରେ ଏଆଇ କ୍ୟାମେରା ଲଗାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

Comments are closed, but trackbacks and pingbacks are open.