ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ

17

ଭିଜିଲାନ୍ସ ଜାଲରେ ପଡିଲେ ଆଉ ଜଣେ ସରକାରୀ ବାବୁ I ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ କୃଷି ଅଧିକାରୀଙ୍କୁ ଧରିଛି ଭିଜିଲାନ୍ସ I ଲାଞ୍ଚୁଆ ବାବୁ ଜଣକ ହେଲେ ବରଗଡ଼ ପାଇକମାଳ ସହାୟକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ I ଘଟଣାରୁ ପ୍ରକାଶ ପାଇକମାଳରେ ବିନା ଲାଇସେନ୍ସରେ ସାର ଦୋକାନ କରିଥିବା ଜଣେ ଦୋକାନୀଙ୍କ ଲାଇସେନ୍ସ ରିନ୍ୟୁ କରିବା ପାଇଁ ସେ ତାଙ୍କ ଠାରୁ ଦେଢ଼ ଲକ୍ଷ ତାଙ୍କ ଲାଞ୍ଚ ନେଉଥିଲେ I ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରଣୟଙ୍କୁ ଗିରଫ କରି ପଚରାଉଚରା କରୁଛି। ଏହାସହ ଭିଜିଲାନ୍ସ ପ୍ରଣୟଙ୍କ ବରଗଡ ପାଇକମାଳ ସ୍ଥିତ ଅଫିସ,ଭୁବନେଶ୍ୱରର ଶୈଳଶ୍ରୀ ବିହାର ସ୍ଥିତ ଘର, କଟକ ତିନିଘରିଆରେ ଥିବା ପୈତୃକ ଘର ଓ ପାଇକମାଳରେ ଥିବା ସରକାରୀ ବାସଭବନରେ ଚଢ଼ାଉ କରିଛି।

Comments are closed, but trackbacks and pingbacks are open.