ଚାଇନାକୁ ମାତ ଦେବ ଅଗ୍ନି-୫ ମିସାଇଲ୍‌ : ଅବଦୁଲ୍‌ କାଲାମ ଦ୍ୱୀପରୁ ହେଲା ସଫଳ ପରୀକ୍ଷଣ

24

ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୫ର ରାତ୍ରିକାଳୀନ ସଫଳ ପରୀକ୍ଷଣ କରିଛି ଭାରତ I ଆଜି ଓଡ଼ିଶାର ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରେ ସନ୍ଧ୍ୟା ୭ଟା ୫୦ରେ ଏହି ଭୂମିରୁ ଭୂମିକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଥିବା ଅଗ୍ନି-୫ କ୍ଷେପଣାସ୍ତ୍ର ମିସାଇଲର ପରୀକ୍ଷଣ ହୋଇଛି।
ଏହି ଦୂରଗାମୀ ଅଗ୍ନି-୫ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର ରହିଛି। ଏହି ବାଲାଷ୍ଟିକ ମିସାଇଲ୍‌ରେ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଅଗ୍ନି-୫ ବାଲାଷ୍ଟିକ ମିସାଇଲ୍‌ରେ ୩ସ୍ତରୀୟ ସଲିଡ ଫ୍ୟୁଏଲ ଇଞ୍ଜିନର ବ୍ୟବସ୍ଥା ରହିଛି। ଏହା ଶତ୍ରୁ ପକ୍ଷରୁ ଖୋଜିଖୋଜି ଧ୍ୱଂସ କରିପାରିବ। ଏଥିରେ ଷ୍ଟେଜ୍‌ ୩ ଇଞ୍ଜିନ୍‌ ବ୍ୟବହୃତ ହୋଇଥିବା ବେଳେ ଏହା ‘ନ୍ୟୁନତମ ବିଶ୍ବସନୀୟ ପ୍ରତିରୋଧ’ ଜରିଆରେ ‘ପ୍ରଥମେ ବ୍ୟବହାର ନକରିବା’ ନୀତିରେ ପରିଚାଳିତ ହେବ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି।

ଅଗ୍ନି -୫ ହେଉଛି ଭାରତର ପ୍ରଥମ ଓ ଏକମାତ୍ର ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହାକୁ ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଛି। ଭାରତରେ ପାଖରେ ଥିବା ଅନ୍ୟ ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟରୁ ଏହା ଅନ୍ୟତମ। ଅଗ୍ନି-୫ର ପରୀକ୍ଷଣ ଶେଷଥର ପାଇଁ ୨୦୧୮ ମସିହା ଡିସେମ୍ବର ୧୦ରେ କରାଯାଇଥିଲା। ଏହାପୂର୍ବରୁ ୨୦୧୩, ୨୦୧୫, ୨୦୧୬,ରେ ହୋଇଥିବା ପରୀକ୍ଷଣରୁ ନୂଆ ନୂଆ ଶକ୍ତି ଉତ୍ପନ୍ନ କରିବାକୁ ସକ୍ଷମ ହୋଇଥିଲା। ଅଗ୍ନି-୫ର ରାତ୍ରିକାଳୀନ ପରୀକ୍ଷା ୨୦୨୦ରେ ହେବାର ଥିଲା। କିନ୍ତୁ କରୋନା ମହମାରୀ କାରଣୁ ଏଥିରେ ବିଳମ୍ବ ହୋଇଛି।
ଏହି କ୍ଷେପଣାସ୍ତ୍ରକୁ ପୂର୍ବରୁ ଯେତେଥର ପରୀକ୍ଷା କରାଯାଇଛି, ସବୁଥିରେ ଏହାକୁ ସଫଳତା ମିଳିଛି। ଅଗ୍ନି -୫ ମିସାଇଲ ଏକାସାଙ୍ଗରେ ଏକାଧିକ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ। ଏହା ମୋବାଇଲ୍ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ।

Leave A Reply

Your email address will not be published.